ବେଡ୍‌ ଟାଇମ୍‌ ରୁଟିନ୍‌

0

ଏକ ହେଲଦି ଲାଇଫ୍‌ ଷ୍ଟାଇଲ୍‌ ମେଣ୍ଟେନ୍‌ କରିବାକୁ ହେଲେ ଆମକୁ ରୁଟିନ୍‌ ଲାଇଫ୍‌ ବିତାଇବାକୁ ପଡିଥାଏ । ଏଥିରେ ସକାଳୁ ଉଠିବା ଠୁ ନେଇ ଶୋଇବା ପର୍ଯ୍ୟନ୍ତ ସବୁ କଥା ସାମିଲ ଥାଏ । ତେବେ ଦିନ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଆମର ନିଦ । ଯଦି ଜଣଙ୍କର ନିଦ ଠିକ ଥାଏ ତେବେ ତାର ଦିନର ଅନ୍ୟ ସମସ୍ତ କାର୍ଯ୍ୟ ମଧ୍ୟ ସୁବିଧାରେ ହୋଇଥାଏ । ତେବେ ରାତିରେ ଭଲ ନିଦ ହେବା ପାଇଁ କିଛି ବେଡ ଟାଇମ୍‌ ରୁଟିନ୍‌ ଆପଣାନ୍ତୁ ଏହା ବେଶ ଲାଭଦାୟକ ହୋଇଥାଏ ।
ଗ୍ୟାଜେଟ ଠୁ ରୁହନ୍ତୁ ଦୂରରେ- ଆମ ଜୀବନରେ ଗ୍ୟାଜେଟ୍‌ ଗୁଡିକର ପ୍ରଭାବ ବେଶ ଅଧିକ ଥାଏ । ତେବେ ଏଥିମଧ୍ୟରୁ ଏହାର ପ୍ରଭାବ ନିଦ ଉପରେ ବେଶି ରହିଥାଏ । ତେଣୁ ଶୋଇବାକୁ ଯିବା ସମୟରେ ସମସ୍ତ ଗ୍ୟାଜେଟକୁ ଦୂରରେ ରଖନ୍ତୁ । ଯେତେ ସମ୍ଭବ ଏମାନଙ୍କର ବ୍ଲì ଲାଇଟ୍‌ରୁ ଦୂରରେ ରୁହନ୍ତୁ । ବ୍ଲì ଲାଇଟ୍‌ କାରଣରୁ ବ୍ରେନ୍‌ରେ ମେଲାଟୋନିନ୍‌ ପ୍ରଡକ୍ସନ୍‌ ବଢିଥାଏ, ଯାହା ନିଦ ହେବାକୁ ଦେଇନଥାଏ ।
ମ୍ୟୁଜିକ୍‌ ଶୁଣନ୍ତୁ – ଶୋଇବା ବେଳେ ମ୍ୟୁଜିକ୍‌ ଶୁଣିବା ଏକ ପ୍ରକାରର ଭଲ ଅଭ୍ୟାସ ହୋଇଥାଏ । ଏହା ଦ୍ୱାରା ଆମ ମନକୁ ଶାନ୍ତି ମିଳିଥାଏ, ତେଣୁ ନିଦ ଜଲଦି ହୋଇଥାଏ । ତେଣୁ ଶୋଇବା ସମୟରେ ନିଜର ଏକ ଫେଭରିଟ୍‌ ପ୍ଲେ ଲିଷ୍ଟ ଶୁଣିପାରିବେ ।
ଷ୍ଟ୍ରେସ୍‌ ଫ୍ରି ରୁହନ୍ତୁ – ସବୁବେଳେ ଶୋଇବା ପୂର୍ବରୁ ନିଜର ସମସ୍ୟା ବିଷୟରେ ଚିନ୍ତା କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ନିଦ ପ୍ରଭାବିତ ହୋଇଥାଏ । ଚେଷ୍ଟା କରନ୍ତୁ ବିନା ଷ୍ଟ୍ରେସରେ ବେଡକୁ ଯିବାକୁ । ତେବେ ଷ୍ଟ୍ରେସ୍‌ କମାଇବା ପାଇଁ ସକାଳୁ ଯୋଗ ପ୍ରାଣାୟମ କରିପାରିବେ, ଶୋଇବା ସମୟରେ ମନପସନ୍ଦର ବହି ପଢନ୍ତୁ ଖୁବ ଜଲଦି ନିଦ ହେବ ।

Leave A Reply

Your email address will not be published.