ଅନୁଲୋମ ବିଲୋମ

ଭାରତୀୟ ଯୋଗ କ୍ଷେତ୍ରରେ ଅନୁଲୋମ ବିଲୋମର ବହୁ ମହତ୍ୱ ରହିଛି । ଏହି ଯୋଗକୁ କରିବା ଦ୍ୱାରା ଶରୀର ସହିତ ମନ ଶୁଦ୍ଧ ଓ ପବିତ୍ର ହୋଇଥାଏ ବୋଲି ଶାସ୍ତ୍ରରେ ଲିପିବବଦ୍ଧ ରହିଛି । ଏହାର ଉପକାରୀତାକୁ ଦେଖି ବିଦେଶରେ ମଧ୍ୟ ଭାରତୀୟ ଯୋଗକୁ ଆପଣେଉଛନ୍ତି ।

ପ୍ରଥମେ ସୁଖାସନ କିମ୍ବା ପଦ୍ମାସନରେ ବସନ୍ତୁ ।

ଅନୁଲୋମ ବିଲୋମ
ସୁଖାସନ

ହାତରେ ନାକର ଡାହାଣ ପୁଡାକୁ ବନ୍ଦ କରି ବାମ ପୁଡାରେ ନିଶ୍ୱାସ ନିଅନ୍ତୁ । ନେବା ପରେ ଧୀରେ ଧୀରେ ନିଶ୍ୱାସକୁ ସେହି ପୁଡା ଦେଇ ଛାଡନ୍ତୁ ।

ଅନୁଲୋମ ବିଲୋମ

ଏହାପରେ ପୁଣି ବାମ ପୁଡାରେ ନିଶ୍ୱାସ ନିଅନ୍ତୁ ଏବଂ ଛାଡନ୍ତୁ । ଏହି ସମୟରେ ଶ୍ୱାସକ୍ରିୟା ଉପରେ ନିଜର ସମସ୍ତ ଧ୍ୟାନ ଲଗାନ୍ତୁ ।

ଅନୁଲୋମ ବିଲୋମ

ଏହାକୁ ପାଞ୍ଚ ମିନିଟ୍‌ରେ ୬୦ଥର କରନ୍ତୁ । ଏହାକୁ ଦିନର କୌଣସି ବି ସମୟରେ କରିହେବ । ତେବେ ଏହି ପ୍ରାଣାୟମ କରିବା ସମୟରେ ପିଠି ସିଧା ରଖନ୍ତୁ । ଏହି ଆସନ କରିବା ଦ୍ୱାରା ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର ହୋଇଥାଏ । ଏହାସହ ମୁଣ୍ଡବିନ୍ଧା, ମାନସିକ ଅବସାଦ ଆଦି ଦୂର ହୋଇଥାଏ । ଶରୀରରେ ରକ୍ତ ସଞ୍ଚାଳନ ସଠିକ୍‌ ହୋଇଥାଏ । ମସ୍ତିଷ୍କ ସକ୍ରିୟ ହୋଇଉଠେ । ଫଳରେ ସ୍ମରଣ ଶକ୍ତି ବୃଦ୍ଧି ପାଏ ।

Comments are closed.