କୋଲକାତା: ଅକ୍ଟୋବର ୨୭: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟରତ ଅଲପନ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା ଧମକ ଦିଅଯାଇଛି । ଏନେଇ ତାଙ୍କ ପତ୍ନୀ ସୋନାଲିଚକ୍ରବର୍ତ୍ତୀଙ୍କ ପାଖକୁ ଏକ ଚିଠି ଆସିଛି । ସୋନାଲି କୋଲକାତା ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ମିଳିଥିବା ଚିଠିରେ ଲେଖାଥିଲା, ମାଡମ୍, ଆପଣଙ୍କ ସ୍ୱାମୀଙ୍କୁ ହତ୍ୟା କରାଯିବ । ତାଙ୍କୁ କେହି ବଞ୍ଚାଇ ପାରିବେ ନାହିଁ । ଏହି ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ କୋଲକାତା ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି । ଅଲପନ ବନ୍ଦୋପାଧ୍ୟାୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିିବ ଭାବେ କାର୍ଯ୍ୟ କରିସାରିଛନ୍ତି । ସେ ୧୯୮୭ ବ୍ୟାଚ୍ ପଶ୍ଚିମବଙ୍ଗ କ୍ୟାଡରର ଆଇଏଏସ୍ ଅଫିସର ଥିଲେ ।
ସୂଚନା ଥାଉଯେ, ବାତ୍ୟା ‘ୟସ୍’ କ୍ଷୟକ୍ଷତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ସମୟରେ ଅଲପନ ଚର୍ଚ୍ଚାକୁ ଆସିଥିଲେ ।ର୍ ତେବେ ପ୍ରଧାନମନ୍ତ୍ରୀଙ୍କ କ୍ଷୟକ୍ଷତି ଆକଳନ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ନଦେଇ କେବଳ ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତି ରିପୋର୍ଟ ଧରାଇ ଦେଇ ଚାଲିଯାଇଥିଲେ । ସେହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଥିବା ଅଲପନ ବୈଠକରେ ଯୋଗ ଦେବା ବଦଳରେ ତାଙ୍କ ସହିତ ଚାଲିଯାଇଥିଲେ । ମମତା ଏବଂ ମୁଖ୍ୟ ଶାସନ ସଚିବ ଅଲପନଙ୍କ ଏହିପରି ବ୍ୟବହାରରେ କେନ୍ଦ୍ର ସରକାର କ୍ଷୁବ୍ଧ ପ୍ରକଶ କରିଥିଲେ । ଏହାପରେ କେନ୍ଦ୍ର ସରକାର ଅଲପନଙ୍କୁ ଦିଲ୍ଲୀ ଡକାଇବା ରିପୋର୍ଟ ତଲବ କରିଥିଲେ । ତାଙ୍କ ବଦଳିକୁ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ସେ ନିଜେ ଚାକିରିରୁ ଅବସନ ନେଇ ଯାଇଥିଲେ । ଏହାପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ ।
Comments are closed.