‘ଭାବିଜୀ ଘର ପର ହୈ’ ଧାରାବାହିକର ଫ୍ରେମ୍‌ ମଲଖାନ୍‌ଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ହିନ୍ଦୀ ଧାରାବାହିକ ‘ଭାବିଜୀ ଘର ପର ହୈ’ରେ ‘ମଲଖାନ୍‌’ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦିପେଶ ଭାନ୍‌ଙ୍କର ଆଜି ଅଚାନକ ଦେହାନ୍ତ ହୋଇଛି । ଦିପେଶ ଶନିବାର ସକାଳେ କ୍ରିକେଟ୍‌ ଖେଳୁଥିବା ବେଳେ ଚତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ହେବ ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଦିପେଶ ୨୦୧୯ରେ ବିବାହ କରିଥିଲେ ଏବଂ ସେ ତାଙ୍କ ସ୍ତ୍ରୀ ଓ ଏକ ବର୍ଷ ବୟସର ପୁଅ ସହ ରହୁଥିଲେ ।

‘ଭାବିଜୀ ଘର ପର ହୈ’ ଧାରାବାହିକର ପ୍ରଯୋଜକ ସଞ୍ଜୟ ଓ ବେନିଫର କୋହଲି ଶୋକ ପ୍ରକାଶ କରିଛନ୍ତି ଓ କହିଛନ୍ତି, ଦିପେଶ ତାଙ୍କ ଟିମର ଜଣେ ଏଭଳି ସଦସ୍ୟ ଥିଲେ ଯେ କି ସମସ୍ତଙ୍କୁ ପରିବାରର ସଦସ୍ୟ ବୋଲି ମନେ କରୁଥିଲେ । ଏହାସହ ଦିପେଶ ଜଣେ ତ୍ୟାଗି କଳାକାର ବୋଲି ଉଭୟ ପ୍ରଯୋଜକ କହିଛନ୍ତି ।

ଅଭିତନେତା ଦିପେଶ ବହୁ ଲୋକପ୍ରିୟ କମେଡି ଧାରାବାହିକରେ ଅଭିନୟ କରିଛନ୍ତି । ସେ ‘ଫାଲତୁ ଉଟ୍‌ପଟାଙ୍ଗ ଚୁଟ୍‌ପାତି କାହାନୀ’, ‘ମୈ ଆଇ କମ୍‌ ଇନ୍‌ ମାଡାମ୍‌?’ ଓ ‘ତାରକ ମେହତା କି ଉଲଟା ଚଷମା’ ଭଳି ଧାରାବାହିକରେ କାମ କରି ଦର୍ଶକଙ୍କ ମନ ଜିତିଛନ୍ତି । ସେ ଦିଲ୍ଲୀରେ ନିଜର ପାଠପଢା ସାରିବା ପରେ ଅଭିନୟ ପାଇଁ ୨୦୦୫ ରେ ମୁମ୍ବାଇ ଆସିଥିଲେ ।

Comments are closed.