ନଜଫଗଡ: ଜୁଲାଇ ୧୪: ଭାରତ ପାଇଁ ଗୌରବ ଆଣିଲେ ୯୪ ବର୍ଷିୟ ମହିଳା । ପରିଣତ ବୟସରେ ସେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବୟସର ଅପରାହ୍ନରେ ଯେତେବେଳେ ଲୋକମାନେ ଖଟିଆରେ ଶୋଇ ରୁହନ୍ତି, ସେତେବେଳେ ଭଗବାନୀ ଦେବୀ ଗାଁରୁ ବାହାରି ଫିନଲ୍ୟାଣ୍ଡରେ ପହଞ୍ଚିଲେ । ଫିନଲ୍ୟାଣ୍ଡ ଯାଇ ଭଗବାନୀ ଦେବୀ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ଅଂଶଗ୍ରହଣ କରିଥିଲେ । ଏଥିରେ ସେ ଗୋଟିଏ ନୁହେଁ ତିନି ତିନୋଟି ପଦକ ହାସଲ କରିଛନ୍ତି । ସେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ, ଡିସ୍କସ୍ ଥ୍ରୋ ଏବଂ ସଟପୁଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୯୦ ରୁ ୯୪ ବର୍ଷ ବୟସ ବର୍ଗରେ ଭାଗ ନେଇ ସେ ଏହି ପଦକ ଜିତିଛନ୍ତି । ଭଗବାନୀ ଦେବୀ ୨୪.୭୪ ସେକେଣ୍ଡରେ ୧୦୦ ମିଟର ଦୌଡ଼ ପୂରା କରିପାରିଥିଲେ । ଦିଲ୍ଲୀ ନଜଫଗଡର ମଲିକପୁର ଗାଁର ବାସିନ୍ଦା ଭଗବାନ୍ ଦେବୀ ପିଲାଦିନେ କବାଡ଼ି ଖେଳୁଥିଲେ, କି;ୁ ପରେ ଜୀବନର ଉତଥାନ-ପତନ ଭିତରେ ସେ କବାଡିରୁ ଦୂରେଇ ଯାଇଥିଲେ । ଭଗବାନୀ ଦେବୀ ମାତ୍ର ୨୯ ବର୍ଷ ବୟସରେ ସ୍ୱାମୀ ଓ ଝିଅକୁ ହରାଇଥିଲେ । ତାପରେ ସେ ନିଜର ଏକମାତ୍ର ପୁଅକୁବହୁ ଅସୁବିଧାରେ ସମୁଖୀନ ହେଇ ବଡ କରିଥିଲେ ମଧ୍ୟ ଦୂରେଇ ଯାଇ ନଥିଲେ । ତେବେ ଆଜି ତାଙ୍କର ଏହି ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି ବୋଲି ସେ କହିଛନ୍ତି ।
Comments are closed.