ମଧ୍ୟପ୍ରଦେଶ: ଜୁନ ୭: ଛାତ୍ରଛାତ୍ରୀଙ୍କୁ ଧାର୍ମିକ ମୁଲ୍ୟବୋଧ ଶିଖେଇବାକୁ ସରକାରଙ୍କ ଭିନ୍ନ ପ୍ରୟାସ । ସ୍କୁଲ ପରେ ଏବେ କଲେଜ୍ ପାଠ୍ୟକ୍ରମରେ ସାମିଲ ହେବ ହିନ୍ଦୁ ଧର୍ମର ମୂଳ ଗ୍ରନ୍ଥ ଶ୍ରୀମଦ୍ ଭଗବତ ଗୀତା । ଆଗାମୀ ଶିକ୍ଷାବର୍ଷରୁ ୧୩୬୦ଟି କଲେଜରେ ଦ୍ୱିତୀୟ ବର୍ଷର ଛାତ୍ର ଭଗବଦ୍ ଗୀତାକୁ ଇଲେକଫିଭ୍ ଚୟନ କରିପାରିବେ । ମଧ୍ୟପ୍ରଦେଶ ସରକାର ଖୁବ ଶୀଘ୍ର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଥିବା ଅଧିକାରୀମାନେ କହିଛନ୍ତି । ଛାତ୍ର ଜୀବନରେ ମୂଲ୍ୟବୋଧ ଏବଂ ନୈତିକତା ବୃଦ୍ଧି ପାଇଁ ଏପରି ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବ । ନୂତନ ଶିକ୍ଷା ନୀତି ଅନୁଯାୟୀ ଛାତ୍ରଛାତ୍ରୀମାନେ ସମୃଦ୍ଧ ଭାରତୀୟ ଇତିହାସ ଓ ପୁରାଣ ସମ୍ପର୍କରେ ଜାଣିବା ଉଚିତ । ଗୀତା ଏବଂ ରାମାୟଣ କେବଳ ଧାର୍ମିକ ପୁସ୍ତକ ନୁହେଁ ବରଂ ଏଥିରୁ ଅନେକ ପ୍ରକାର ଶିକ୍ଷା ମିଳିଥାଏ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମହାବିଦ୍ୟାଳୟରେ ଭଗବତ ଗୀତା ପଢାଯିବ । ଏଥିପାଇଁ ଭଗବଦ୍ ଗୀତା ଶିକ୍ଷା ଦେବାକୁ ଯୋଜନା କରାଯାଉଛି । କାମ କରି ଫଳାଫଳ ବିଷୟରେ ଚିନ୍ତା ନକରିବାର ବାର୍ତ୍ତା ଦେଇଥାଏ ଗୀତା । ତେଣୁ ଗୀତା ଜ୍ଞାନକୁ ଗ୍ରହଣ କରି ନିରନ୍ତର ସକରାତ୍ମକତା ଚିନ୍ତାଧାରା ନେଇ ଜୀବନ ଗଢିବା ଉଚିତ ବେଲି କହିଛନ୍ତି ଚୌହାନ । ଗୁଜୁରାଟ ଏବଂ କର୍ଣ୍ଣାଟକ ପରି ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକରେ କଲେଜ ପାଠ୍ୟକ୍ରମର ଏକ ଅଂଶ ଭାବରେ ଭଗବଦ୍ ଗୀତା ପଢାଯିବ ବୋଲି ଘୋଷଣା କରାଯାଇଛି ।
Comments are closed.