ମହେନ୍ଦ୍ର ପରେ ଆଖି ବୁଜିଲା ଭବାନୀ

ବାରିପଦା : ଆରପାରିରେ ମହେନ୍ଦ୍ର ଏବଂ ଭବାନୀ । ଡକାଡକି ହୋଇ ଚାଲିଗଲେ ୨ ବନ୍ଧୁ । ଶିମିଳିପାଳର ଦୁଇ କୁମକୀ ହାତୀଙ୍କର ମୃତ୍ୟୁ ଘଟିଛି । ବୟସାଧିକ କାରଣରୁ ହାତୀ ଭବନୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଗତ କିଛି ଦିନ ହେବ ଭବାନୀ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲା । ମାସକରେ ଶିମିଳିପାଳରେ ୨ଟି ହାତୀଙ୍କର ମୃତ୍ୟୁ ହୋଇଛି ।

୬୨ ବର୍ଷ ବୟସରେ ମଙ୍ଗଳବାର ସକାଳେ ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷାହାତୀ ଭବାନୀର ମୃତ୍ୟୁ ଘଟିଛି। ଜେନାବିଲଠାରେ ଆଖି ବୁଜିଛି ୭ଫୁଟ ଉଚ୍ଚ ହାତୀ ଭବାନୀ । ୨୦୧୮ରୁ ଅବସର ନେଇଥିଲା ସେ । ଏହା ପରେ ବୟସାଧିକ କାରଣକୁ ଅଧିକାଂଶ ସମୟ ଅସୁସ୍ଥ ରହୁଥିଲା । ବୃଦ୍ଧାବସ୍ଥା ହେତୁ ତାର ଦାନ୍ତ ନଥିଲା । ସେ କେବଳ ନରମ ଖାଦ୍ୟ ଖାଉଥିଲା । ଆଜି (ମଙ୍ଗଳବାର) ଆଖି ବୁଜିଛି ଭବାନୀ । ଭବାନୀର ମୃତ୍ୟୁ ହୋଇଥିବା ନେଇ ଜଣାପଡିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି।

ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଶୋଭା ହାତୀ ପିଠିରେ ବସି କର୍ମଚାରୀମାନେ ପେଟ୍ରୋଲିଂ କରୁଥିଲେ। ଶିକାରୀ ଓ କାଠ ଚୋରିକୁ ରୋକିବା ଦିଗରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲା ଭବାନୀ। ଏପରିକି ବଣୁଆ ହାତୀଙ୍କ ଉପଦ୍ରବ ସମୟରେ ଭବାନୀର କାର୍ଯ୍ୟ ଅତ୍ୟନ୍ତ ଉଲ୍ଲଖନୀୟ ରହିଥାଏ। ହାତୀମାନଙ୍କୁ ଜଙ୍ଗଲ ମୁହାଁ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା । ସେହିପରି ପର୍ଯ୍ୟଟକକୁ ପିଠିରେ ବସାଇ ଶିମିଳିପାଳ ଅଭୟାରଣ୍ୟ ବୁଲୁଥିଲା। ଶାନ୍ତପ୍ରିୟ ପ୍ରାଣୀ ଭାବେ ଅତି ପ୍ରିୟପାତ୍ର ରହିଥିଲା ଭବାନୀ। ପର୍ବାହ୍ନ ୧୧ଟା ୩୦ରେ ଶବ ବ୍ୟବଚ୍ଛେଦ ହେବା ନେଇ RCCF ପ୍ରକାଶ ଚାନ୍ଦ ଗୋଗୀନେନି ସୂଚନା ଦେଇଛନ୍ତି ।

Har Ghar Tiranga