ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇବେ ସମ୍ମାନଜକନ ଶାରଳା ପୁରସ୍କାର। ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ସେ ଚଳିତ ବର୍ଷର ଏହି ପୁରସ୍କାର ପାଇବେ। ଆସନ୍ତା ଅକ୍ଟୋବର ୨୬ତାରିଖରେ ଆୟୋଜିତ ହେବାକୁ ଥିବା ଏକ ସାରସ୍ୱତ ସମାବେଶରେ ତାଙ୍କୁ ପୁରସ୍କୃତ କରାଯିବ। ଏ ନେଇ Indian Metals & Ferro Alloys Limited (IMFA) ଇମ୍ଫା ଚାରିଟେବଲ ଟ୍ରଷ୍ଟ ‘ଇମ୍ପାକ୍ଟ’ ପକ୍ଷରୁ ତାଙ୍କ ନାମକୁ ଘୋଷଣା କରାଯାଇଛି। ପୁରସ୍କାର ସ୍ୱରୂପ ନଗଦ ୫ ଲକ୍ଷ ଟଙ୍କା, ସମ୍ମାନ ପତ୍ର ଓ ଫଳକ ପ୍ରଦାନ କରାଯିବ। ଆସନ୍ତା ୨୬ ତାରିଖରେ ଆୟୋଜନ ହେବାକୁ ଏକ ସ୍ୱତନ୍ତ୍ର ଉତ୍ସବରେ ଭୀମ ପୃଷ୍ଟିଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯିବ।

ସେହିପରି କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମେନ୍ତ ୨ଜଣଙ୍କ ନାମ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୩’ ପାଇଁ ଘୋଷଣା କରାଯାଇଛି। ପଟ୍ଟଚିତ୍ରର ଅଦ୍ୱିତୀୟ ଶିଳ୍ପୀଗୁରୁ ବେଣୁଧର ମହାପାତ୍ର ଏବଂ ପ୍ରସିଦ୍ଧ ବଂଶୀବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଉଭୟଙ୍କୁ ଦୁଇ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ।

Comments are closed.