ପୀଡ଼ିତାଙ୍କ ଦରଦୀ ସାଥୀ ସମର୍‌

ଭୋପାଳ: ଭୋପାଳର ବାସିନ୍ଦା ସମର ଖାନ ମହିଳା ଏବଂ କିଶୋରୀଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ସେ ଗରିବ ଏବଂ ଆର୍ଥିକ ଅନଟନରେ ରହୁଥିବା ଝିଅମାନଙ୍କୁ ମାଗଣା ଶିକ୍ଷା ଏବଂ ବୃତ୍ତିଗତ ତାଲିମ ପ୍ରଦାନ କରନ୍ତି । କେବଳ ସେତିକି ନୁହେଁ ବସ୍ତି ଏବଂ ଘରୋଇ ହିଂସାର ଶିକାର ହୋଇଥିବା ମହିଳାଙ୍କୁ ଘର ଯୋଗାଇବା ସହିତ ସେମାନଙ୍କ ବିବାହ ଦାୟିତ୍ୱ ମଧ୍ୟ ନେଇଥାନ୍ତି । ଅନେକ ମହିଳାଙ୍କୁ ରୋଜଗାର ସହିତ ଯୋଡିଛନ୍ତି ସମର ଖାନ ।

ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୦ହଜାରରୁ ଅଧିକ ମହିଳାଙ୍କୁ ସାହାଯ୍ୟ କରି ଅସହାୟ ମହିଳାଙ୍କ ପାଇଁ ଦେବୀ ସଦୃଶ୍ୟ ପାଲଟିଛନ୍ତି । ୩୫ ବର୍ଷୀୟା ସମର ଖାନ ସାମାଜିକ କାର୍ଯ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରି ସ୍ୱାମୀଙ୍କ ସହ ଏକ ଏନଜିଓ ମଧ୍ୟ ଚଳାଉଛନ୍ତି । ପ୍ରାୟ ୧୦ ବର୍ଷ ପୂର୍ବେ ଅସହାୟ ଏବଂ ଗରିବ ମହିଳାଙ୍କୁ ସହଯୋଗ କରିବା ପାଇଁ ସମର ନିଷ୍ପତ୍ତି ନେଇଥିଲେ । ଧୀରେଧୀରେ ତାଙ୍କ ପରିବାର ଲୋକ ଏବଂ ସ୍ୱାମୀଙ୍କଠାରୁ ସମର୍ଥନ ମିଳିଥିଲା ।

ଏହାପରେ ସରକାର ମଧ୍ୟ ତାଙ୍କ କାମ ପାଇଁ ସହଯୋଗ କରୁଛନ୍ତି । ତେବେ ସମର୍‌ କୁହନ୍ତି, ୨୦୧୬ର ନିର୍ଭୟା କାଣ୍ଡ ତାଙ୍କୁ ଅଧିକ ମଜଭୂତ କରିଥିଲା । ତାଙ୍କର ସମାଜସେବା କାମକୁ ଆଉ ଅଧିକ ବଢ଼ାଇବା ପାଇଁ ଜରୁରୀ ବୋଲି ସେତେବେଳେ ସେ ଅନୁଭବ କରିଥିଲେ । ଏହାପରେ ସେ ନିଜ ସଂସ୍ଥାର ନାମକୁ ପରିବର୍ତ୍ତନ କରି ନିର୍ଭୟା ଫାଉଣ୍ଡେସନ ରଖିଥିଲେ । ସମର୍‌ କହିଛନ୍ତି ଯେ ୨୦୧୬ ପରେ ତାଙ୍କ ସଂସ୍ଥାରେ ମହିଳାଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା । ଟ୍ରେନିଂ ପାଇଁ ଅଧିକ ସଂଖ୍ୟାରେ ମହିଳାମାନେ ଆସିବାରେ ଲାଗିଲେ । ଏଥିରେ ବସ୍ତିରେ ରହୁଥିବା ଝିଅମାନେ ମଧ୍ୟ ସାମିଲ ହୋଇଥିଲେ ।
ପୀଡ଼ିତାଙ୍କ ଦରଦୀ ସାଥୀ ସମର୍‌

ତାପରେ ସେ ସ୍ଥିର କରିଥିଲେ ଯେ ଏହି ମହିଳାମାନଙ୍କୁ ବଡ଼ ଆକାରରେ ତାଲିମ ଦିଆଯିବା ଉଚିତ ସହ ନିଯୁକ୍ତି ସହ ସଂଯୁକ୍ତ କରିବା । ଏହା ପରେ ସେମାନେ ଧୂପକାଠି, ସାନିଟାରୀ ପ୍ୟାଡ୍‌ ପ୍ରସ୍ତୁତ କରିବା, ସିଲେଇ ଏବଂ ବୁ୍ୟଟି ପାର୍ଲରରେ ମହିଳାମାନଙ୍କୁ ତାଲିମ ଦେବା ଆରମ୍ଭ କରାଯାଇଥିଲା । ସମର୍‌ ତାଙ୍କ ସ୍ୱାମୀଙ୍କ ସହ ନିର୍ଭୟା ହୋମ୍‌ ନାମକ ଏକ ମହିଳା ଆଶ୍ରମ ନିର୍ମାଣ କରିଛନ୍ତି । ଏଠାରେ ଗରିବ ଏବଂ ନିର୍ଯ୍ୟାତିତ ମହିଳାଙ୍କୁ ଆଶ୍ରୟ ଦିଆଯାଉଛି ।

ଏଠାରେ ସେମାନଙ୍କୁ ମାଗଣା ରହିବା, ଖାଦ୍ୟ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ତାଲିମ ଦିଆଯାଏ । କେବଳ ଏତିକି ନୁହେଁ, ସେମାନେ ବସ୍ତିରେ ରହୁଥିବା ଯୁବତୀ ଏବଂ ପୀଡ଼ିତାଙ୍କୁ ମଧ୍ୟ ବିବାହ କରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏପରି ୫ ଜଣ ମହିଳାଙ୍କ ବିବାହ କରାଇସାରିଛନ୍ତି । ସମର୍‌ କହିଛନ୍ତି ଯେ ବିବାହ ପୂର୍ବରୁ ଆମେ ସେହି ଝିିଅ ଏବଂ ମହିଳାଙ୍କ ପରାମର୍ଶ ନେଇ ବର ଖୋଜା ଯାଇଥାଏ । ବର ଖୋଜିବାରେ ତାଙ୍କ କାମ ସୀମିତ ରହିନଥା ବୋଲି ସମର କହିଛନ୍ତି । ଉଭୟ ପୁଅ ଓ ଝିଅ ସାମର୍ଥ୍ୟ ଜାଣିବା ପାଇଁ କାଉନସେଲିଂ କରାଯାଏ । ଆଗକୁ ସମର୍‌ ଏକ ନିର୍ଭୟା ଗ୍ରାମ ନିର୍ମାଣ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି, ଯେଉଁଠାରେ କୁନି ଝିଅ, ବାଳିକା, ମହିଳାଙ୍କୁ ଏକାଠି ରଖାଯିବ ଏବଂ ସେହି ଗାଁରେ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଦିଆଯିବା । ଏହି ସଂସ୍ଥାରେ ପ୍ରାୟ ୮ରୁ ୧୦ ଲୋକ କାମ କରୁଛନ୍ତି । ତାଙ୍କର ଏହି ଅଦମ୍ୟ ସାହସ ଏବଂ ଅନନ୍ୟ ପଦକ୍ଷେପ ପାଇଁ ସମର୍‌ ଏବଂ ତାଙ୍କ ସଂସ୍ଥାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

Comments are closed.