ଭ୍ରମର ଶବ୍ଦ ସଂସ୍କୃତରୁ ଆସିଛି । ଏହାର ଅର୍ଥ ମହୁମାଛି । ଏହି ପ୍ରାଣାୟାମ ଶ୍ୱାସକ୍ରିୟା ସମ୍ବନ୍ଧୀୟ । ଏହି ପ୍ରାଣାୟାମ କରିବାକୁ ଏକ ଶାନ୍ତ ପରିବେଶ ଆବଶ୍ୟକ । ସବୁ ସମୟରେ ଚାହିଁଲେ ଆପଣମାନେ ଏହାକୁ କରିପାରିବେ । ହେଲେ ଭୋର ସମୟର ଶାନ୍ତ ପରିବେଶ ଏହି ପ୍ରାଣାୟମ ପାଇଁ ଉପଯୁକ୍ତ । ଏହାକୁ କରିବାକୁ ହେଲେ ପ୍ରଥମେ ଚଟାଣରେ ସିଧା ହୋଇ ବସିବା ପରେ ନିଜର ବୁଢା ଆଙ୍ଗୁଠିକୁ କାନ ଉପରେ ରଖନ୍ତୁ । ଏହାପରେ ଅନ୍ୟ ଆଙ୍ଗୁଠିକୁ ଆଖି ଉପରେ , ନାକ ତଳେ ଏବଂ ଓଠ ପାଖରେ ରଖନ୍ତୁ ।
ନିଶ୍ୱାସ ଗ୍ରହଣ କରନ୍ତୁ, ଛାଡିବା ସମୟରେ କାନକୁ ଧୀରେଧୀରେ ଚାପନ୍ତୁ । ନିଶ୍ୱାସ ଛାଡ଼ିବା ସମୟରେ ପାଟି ବନ୍ଦ କରି ମହୁମାଛି ଭଳି ଏକ ଗୁଣୁଗୁଣୁ ଶବ୍ଦ କରନ୍ତୁ । ଏହପରି କରିବା ଦ୍ୱାରା ସସ୍ତିଷ୍କରେ ଏକ କମ୍ପନ ସୃଷ୍ଟି ହୋଇଥାଏ । ଯାହା ମନକୁ ଚାପମୁକ୍ତ ରଖିବା ସହିତ ରକ୍ତଚାପ ସନ୍ତୁଳିତ ରଖିଥାଏ । ଏହାସହିତ ସ୍ୱର ମଧୁର ହୋଇଥାଏ । ମନର ଏକାଗ୍ରତା ଶକ୍ତି ବୃଦ୍ଧି ପାଏ । ଶରୀର ଓ ମସ୍ତିଷ୍କର ବିଭିନ୍ନ ସ୍ନାୟୁ ଜନିତ ସମସ୍ୟା ଦୂର ହୋଇଥାଏ ।
Comments are closed.