ଭୁବନେଶ୍ୱର : ଜୋତା ସୋରୁମ ଉପରେ ବୋମା ମାଡ଼

ଭୁବନେଶ୍ୱର : ସହିଦନଗର ରେ ଥିବା ଡ଼ଲଫିନ ସୋରୁମ ଜୋତା ଦୋକାନ ଉପରକୁ ହୋଇଛି ବୋମା ମାଡ଼ I ବୋମା ଫିଙ୍ଗି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ସୋରୁମ୍ ମାଲିକଙ୍କୁ ମାରିଦେବାକୁ ଧମକ ବି ଦେଇଛନ୍ତି । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ବୋମା ମାଡ଼ ସମୟରେ ସୋରୁମ ର ମାଲିକ ଦୋକାନରେ ଉପସ୍ଥିତ ନ ଥିଲେ I ତେବେ ସୋରୁମ ଟି ଡିସିପି ଅଫିସ ନିକଟରୁ ମାତ୍ର ୨୦୦ ମିଟର ଦୂରରେ ରହିଛି I

ଘଟନାନୁସାରେ ,ଗତକାଲି ରାତି ପ୍ରାୟ ୯ଟା ବେଳେ ୨ଟି ବାଇକ୍‌ରେ ୫ଜଣ ଦୁର୍ବୃତ୍ତ ଆସି ବୋମାମାଡ କରିଥିଲେ । ସେହି ସମୟରେ ସୋ-ରୁମ୍‌ ବନ୍ଦ କରୁଥିବା ବେଳେ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ପଥର ଫିଙ୍ଗିଥିଲେ । ବୁଲେଟ୍‌ରେ ବସିଥିବା ଦୁଇ ଜଣଦୁର୍ବୃତ୍ତ ଏକ ସୁତୁଲି ବୋମା ଫିଙ୍ଗିବାରୁ ସୋରୁମ୍‌ରେ ଅନେକ କ୍ଷତି ହୋଇଛି ।

ବୋମା ଶବ୍ଦରେ ସେଠାରେ ଉପସ୍ଥିତ ଥିବା ଲୋକେ ଡରି ଯାଇ ଏଣେ ତେଣେ ଧାଇଁବାକୁ ଲାଗିଥିଲେ । ପରେ ସହିଦନଗର ଥାନା ପୋଲିସର ଏକ ଟିମ୍‌ ତନାଘନା କରିବା ସହ ବୋମାର ଟୁକୁଡା ସବୁ ଜବତ କରିଛି । କିଛି ଦିନ ତଳେ ଦୋକାନ ସାମ୍ନାରେ ଗ୍ରାହକଙ୍କୁ ହଇରାଣ କରୁଥିବାରୁ ସୋ-ରୁମ୍‌ ମାଲିକଙ୍କ ପୁଅ ଏବଂ କିଛି ଅସାମାଜିକ ଯୁବକଙ୍କର ବିବାଦ ହୋଇଥିଲା । ଏଡାକୁ ନେଇ ସଂପୃକ୍ତ ଯୁବକମାନେ ବୋମା ଫିଙ୍ଗିଥିବା ସନ୍ଦେହ କରାଯାଉଛି ।

Comments are closed.