ଭୁବନେଶ୍ୱର: ମଇ ୧୭: କେମିସନରେଟ୍ ପୋଲିସର ନିଆରା ପ୍ରୟାସ । ରାଜଧାନୀର ଅପରାଧୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ କମିଶନରେଟ୍ କରୁଛି ଉଦ୍ୟମ । ସେମାନଙ୍କୁ ଉପଯୁକ୍ତ ଶିକ୍ଷା ସହ ତାଲିମ ଦିଆଯାଉଛି । ସେମାନେ କେମିତି ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ପ୍ରୟାସ କରିଛି କମିଶନରେଟ ପୋଲିସ । ଡ୍ରିମ୍ସ ପ୍ରୋଜେକଫ ଜରିଆରେ ଅପରାଧ ରାସ୍ତାରେ ଯାଇଥିବା ୫୦ ଜଣ ଯୁବକଙ୍କୁ ଆଣି କମିଶନରେଟ୍ ପୋଲିସ ଧନ୍ଦାମୂଳକ ଶିକ୍ଷା ଦେଇଛି । ଗତ ଫେବ୍ରୁଆରୀ ୨ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଗତ ପ୍ରାୟ ୩ ମାସ ମଧ୍ୟରେ ଟ୍ରେନିଂ ନେବା ପରେ ବଦଳି ଯାଇଛନ୍ତି ଅପରାଧୀ । ଦିନେ ମଦ, ବ୍ରାଉନସୁଗାର, କୋକେନ ଭଳି ନିଶା ସହ ନାନା ଅପରାଧରେ ଜଡ଼ିତ ଯୁବକ ଏବେ ଜୀବନର ବାସ୍ତବତାକୁ ବୁଝି ପରିବର୍ତ୍ତନ ହୋଇଯାଇଛନ୍ତି । ତାସହ ଭଲ ରାସ୍ତାରେ ଚାଲିବା ପାଇଁ ସଂକଳ୍ପ ନେଇଛନ୍ତି । ତେବେ କମିଶନରେଟ୍ ପୋଲିସର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
Comments are closed.