ରାଜଧାନୀ ଡବଲ୍‌ ମର୍ଡର ଘଟଣା: ଅଭିଯୁକ୍ତ ଗିରଫ

0

ଭୁବନେଶ୍ବର: ରାଜଧାନୀରେ ହୋଲିରେ ଘଟିଥିବା ଦୁଇ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି।ଗିରଫ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ଭୁବନେଶ୍ବର ଡିସିପି।ମଞ୍ଚେଶ୍ବର ଥାନା ଅଞ୍ଚଳ ହତ୍ୟା ମାମଲାରେ 4 ଜଣ ଗିରଫ ହୋଇଛନ୍ତି।ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓ 3 ସହଯୋଗୀ ଗିରଫ ହୋଇଛି।ମୁଖ୍ୟ ଅଭିଯୁକ୍ତ ପିପିଲି ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଡିସିପି କହିଛନ୍ତି। ଗିରଫ ହେବା ଭୟରେ ଅଭିଯୁକ୍ତ ଡିମିରି ଫଳ ଖାଇ ଦେଇଥିଲା।ମଙ୍ଗଳପୁର ସିଏଚ୍‌ସିରେ ଭଲ ହେବା ପରେ ଏବେ ଥାନାରେ ରହିଛି । ସେହିପରି ସହିଦନଗର ଥାନା ଅଞ୍ଚଳ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି।ମୁଖ୍ୟ ଅଭିଯୁକ୍ତ ବାନା ଗୁନି ଗିରଫ, ଜଣେ ନାବାଳକ ଅଟକ ରହିଛି। ତେବେ ହୋଲି ଖେଳକୁ ନେଇ ହଠାତ୍‌ ବଚସାରୁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.