ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ କଲା ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ

ଭୁବନେଶ୍ୱର: ଭିଭିଆଇପିମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓ ସୁଟ୍‌ କରି ବ୍ଲାକ୍‌ମେଲ କରି ଅର୍ଥ ହଡ଼ପ କରୁଥିବା ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ ହୋଇଛି । ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ଆଜି ତାଙ୍କର ଜାମିନ ଆବେଦନ ଖାରଜ କରିଛି । ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ସୂଚନା ଅନୁସାରେ, ଅର୍ଚ୍ଚନାଙ୍କ ତରଫରୁ ଓକିଲ ଦେବାଶିଷ ମହାପାତ୍ର ଓ ତାଙ୍କ ସହଯୋଗୀ ସବ୍ୟସାଚୀ ସୂତାର ମାମଲା ପରିଚାଳନା କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଅର୍ଚ୍ଚନାଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯାଇନଥିଲା । ଜେଲରେ ଥାଇ ଅର୍ଚ୍ଚନା ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ । ୧୬ଟି ଦଫା ମଧ୍ୟରୁ ଦଫା ୩୭୦ ଓ ଆଇଟି ଆକ୍‌ଟ ଭଳି ସଙ୍ଗିନ ଅଭିଯୋଗ ଥିବା ଦର୍ଶାଇ ବିପକ୍ଷ ସରକାରୀ ଓକିଲ ଜାମିନକୁ ବିରୋଧ କରିଥିଲେ । କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ ଓ ରାୟ ସଂରକ୍ଷିତ ରହିଲା ବୋଲି ଜଣାଇଥିଲେ ।

ଜାମିନ ଖାରଜ ହେବା ପରେ ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର କହିଛନ୍ତି, ରିଜେକ୍ସନ କପି ପାଇବା ପରେ କେଉଁ ଗ୍ରାଉଣ୍ଡରେ ଖାରଜ ହୋଇଛି ତାହାର ତର୍ଜମା କରିବୁ । ଜାମିନ ପାଇଁ ଆମେ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବୁ ।

Comments are closed.