ୟୁକ୍ରେନ-ଋଷ ଯୁଦ୍ଧ ସଙ୍କଟ: ଋଷ ବିରୋଧରେ ଆର୍ଥିକ କଟକଣା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ

ଦିଲ୍ଲୀ : ଫେବୃଆରୀ ୨୩: ୟୁକ୍ରେନ-ଋଷ ଯୁଦ୍ଧ ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଲାଣି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପୂର୍ବ ୟୁକ୍ରେନର ୨ଟି ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିରେ ଆମେରିକା ମଧ୍ୟ ଖପା ରହିଛି । ଋଷର ଏହି କାର୍ଯ୍ୟକୁ ନିନ୍ଦା କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଋଷ ବିରୋଧରେ ଆର୍ଥିକ କଟକଣା ଜାରି କରିଛନ୍ତି । ପଶ୍ଚିମ ଦେଶ ସହ ଋଷ ଆଉ ବ୍ୟବସାୟ କରିପାରିବ ନାହିଁ ବୋଲି ବାଇଡେନ୍‌ କହିଛନ୍ତି ।

ଏହାସହିତ ଆମେରିକା କହିଛି ଯେ, ଋଷ ପକ୍ଷରୁ ଅର୍ନ୍ତରାଷ୍ଟ୍ରୀୟ ଆଇନର ଲଗାତର ଉଲ୍ଲଙ୍ଘନ ହୋଇଛି । ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରର ନେତାମାନେ ଋଷ ବିରୋଧରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି । ଆମେରିକାର ଏହି ପଦକ୍ଷେପ ଋଷ ଉପରେ ଭାରୀ ପଡ଼ିପାରେ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି ।

Comments are closed.