ନବୀନଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ: ଇସ୍ତଫା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ମନ୍ତ୍ରିମଣ୍ଡଳର ୪ରୁ ଅଧିକ ମନ୍ତ୍ରୀଙ୍କୁ ଇସ୍ତଫା ନେଇ ଫୋନ୍‌ ଯାଇଥିବା ଚର୍ଚ୍ଚା

ଭୁବନେଶ୍ୱର: ଜୁନ୍‌ ୦୪: ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ସୂଚନା ମିଳିଛି । ଏହିପରିକି ଇସ୍ତଫା ନେଇ ୪ ଜଣ ମନ୍ତ୍ରୀଙ୍କୁ ଫୋନ୍‌ କଲ୍‌ ମଧ୍ୟ ଯାଇଛି ବୋଲି ସୂଚନା ମିଳିଛି । ସେହି ମନ୍ତ୍ରୀମାନଙ୍କ ମଧ୍ୟରେ ରାଜା ସ୍ୱାଇଁ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ରହିଥିବା ଚର୍ଚ୍ଚା ହେଉଛି ।

ଏବେ ପ୍ରଶ୍ନ ଉଠୁଛି ଯେ, ଇସ୍ତାଫା ଦେବାକୁ ଥିବା ମନ୍ତ୍ରୀଙ୍କ ସ୍ଥାନରେ କେଉଁ ମନ୍ତ୍ରୀ ଅବସ୍ଥାପିତ ହେବେ? କିନ୍ତୁ ଏନେଇ କିଛି ନିଦ୍ଦିଷ୍ଟ ସୂଚନା ମିଳିନାହିଁ ।

ଅନ୍ୟପଟରେ , ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଥିବା ସୂଚନା ମିଳିଛି । ଉପବାଚସ୍ପତିଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

Comments are closed.