ପଶ୍ଚିମବଙ୍ଗ ରେ ହେବାକୁ ଯାଉଛି ବିରାଟ ରାଜନୈତିକ ପରିବର୍ତନ !!
Big political change is going to happen in West Bengal!!
କୋଲକାତା :ଖୁବ ଶୀଘ୍ର ପଶ୍ଚିମବଙ୍ଗ ରାଜନୀତିରେ ହେବାକୁ ଯାଉଛି ବିରାଟ ପରିବର୍ତ୍ତନ I ମହାରାଷ୍ଟ୍ର ଓ ବିହାର ପରେ ତୃଣମୂଳ କଂଗ୍ରେସରେ ମଧ୍ୟ ରାଜନୈତିକ ପାଣିପାଗ ବଦଳିବାର ଆଭାସ ମିଳୁଛି I ପଶ୍ଚିମବଙ୍ଗ ରେ ବର୍ତ୍ତମାନ ମମତା ବାନାର୍ଜୀ ଏବଂ ପୁତୁରା ଅଭିଷେକ ବାନାର୍ଜୀ ଙ୍କ ମଧ୍ୟରେ ସବୁ କିଛି ଠିକ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ତେବେ କୋଲକାତା ରେ ଲାଗିଥିବା ପୋଷ୍ଟରଗୁଡ଼ିକ ମଧ୍ୟ ସେହି ଆଗକୁ ଇସାରା କରୁଛି । କୋଲକାତାରେ ଲାଗିଥିବା ଅଭିଷେକ ବାନାର୍ଜୀଙ୍କ ଛବି ଥିବା ଅନେକ ପୋଷ୍ଟର ଲଗାଯାଇଛି, ଯେଉଁଥିରେ ଲେଖା ଯାଇଛି ଯେ ଆସନ୍ତା ୬ ମାସ ମଧ୍ୟରେ ନୂତନ ଟିଏମସି ଗଠନ ହେବାକୁ ଯାଉଛି । ଯଦି ଏହି ପୂର୍ବାନୁମାନ ସତ୍ୟ ହୁଏ , ତେବେ ମହାରାଷ୍ଟ୍ର ଏବଂ ବିହାର ପରେ ରାଜନୈତିକ ପାଣିପାଗ ବଦଳିବାରେ ପଶ୍ଚିମବଙ୍ଗ ତୃତୀୟ ରାଜ୍ୟ ହେବ।
ଯାହା ଜଣା ପଡୁଛି ବର୍ତ୍ତମାନ ମମତା ସରକାର ରାଜ୍ୟରେ ନୂଆ ପିଢିଙ୍କୁ ଆଗକୁ ଆଣିବାକୁ ଚାହୁଁଛି I ସେଥିପାଇଁ ଦଳ କୋଲକାତାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି । ଏହି ପୋଷ୍ଟରଗୁଡ଼ିକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଦଳରେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଛବି ରହିଛି । ଏହି ପୋଷ୍ଟରରେ ୬ ମାସ ମଧ୍ୟରେ ତୃଣମୂଳ କଂଗ୍ରେସର ପରିବର୍ତନ ହେବାର ଲେଖା ହୋଇଛି, ଏହି ସୂଚନାରୁ ଆଭାସ ମିଳୁଛି , ମମତା ଅଭିଷେକଙ୍କ ହାତରେ ଶାସନଭାର ଦେବାକୁ ଯାଉଛନ୍ତି I
ଅଧିକାଂଶ ପୋଷ୍ଟର ଗୁଡିକ ମମତା ବାନାର୍ଜୀଙ୍କ ବାସଭବନ ନିକଟ ଦକ୍ଷିଣ କୋଲକାତାର ହାଜରା ଏବଂ କାଲିଘାଟ ଅଞ୍ଚଳରେ ଲଗାଯାଇଛି ବିଶେଷ କଥା ହେଉଛି ଏହି ପୋଷ୍ଟରରେ ମମତା ବାନାର୍ଜୀଙ୍କ କୌଣସି ଚେହେରା ନାହିଁ I ଏ ସମ୍ପର୍କରେ ଟିଏମସି ନେତା ସୌଗତ ରାୟ କହିଛନ୍ତି ଯେ ମୁଁ ନୂଆ ତୃଣମୂଳ ବିଷୟରେ ଜାଣି ନାହିଁ, ହୋଡିଂ ବିଷୟରେ ମୋ ପଯ୍ହାରେ କୌଣସି ଝବର ନାହିଁ I ତେବେ ନୂତନ ତୃଣମୂଳ କଂଗ୍ରେସ ବିଷୟରେ ଅଭିଷେକ ବାନାର୍ଜୀ କେବଳ ଆଲୋଚନା କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇ ନାହିଁ I
Comments are closed.