ମଇଁଷିରେ ଗଲେ ପ୍ରାର୍ଥୀ

ବିହାର: ସେପ୍‌ଟେମ୍ବର ୧୩: ପଞ୍ଚାୟତ ନିର୍ବାଚନ ପାଇଁ ବିହାରରେ ଜୋରଦାରରେ ପ୍ରଚାରପ୍ରସାର ଚାଲିଛି । ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ଉପାୟରେ ଭୋଟରଙ୍କୁ ପ୍ରଲୋଭିତ କରିବାରେ ଲାଗିଛନ୍ତି । ଏପରିପ୍ରେକ୍ଷୀରେ ନିକଟରେ ଜଣେ ପ୍ରାର୍ଥୀଙ୍କ ଅଜବ ପ୍ରଚାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଟିହାର ଜିଲ୍ଲାରେ ଜଣେ ପ୍ରାର୍ଥୀ ସୁସଜ୍ଜିତ ମଇଁଷିରେ ବସି ନାମାଙ୍କନ କରିବାକୁ ପହଞ୍ଚିଥିଲେ, ଯାହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇଯାଇଛନ୍ତି । କଟିହାର ହସନଗଞ୍ଜର ହଥିୟା ଦିୟାରା ରାମପୁର ପଞ୍ଚାୟତର ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢୁଥିବା ଆଜାଦ ଆଲମଙ୍କ ଏହି ନିଆରା ପଦକ୍ଷେପ ଏବେ ଚାରିଆଡେ ଚର୍ଚ୍ଚାରେ ପରିଣତ ହୋଇଛି । ତେବେ ଆଜାଦଙ୍କୁ ଏହାର କାରଣ ପଚରାଯିବାରୁ ସେ ଜବାବରେ ଦେଶରେ ବଢୁଥିବା ପେଟ୍ରୋଲ ଡିଜେଲର ଦରକୁ ସୂଚାଇଛନ୍ତି । ଏଥିସହ ନିର୍ବାଚନ ଜିତିବା ପରେ ପଞ୍ଚାୟତବାସୀଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚାଇବା ସହ ଚୀଷୀଙ୍କ ସମସ୍ୟାର ସମାଧାନ, ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବେ ବୋଲି ଆଜାଦ କହିଛନ୍ତି ।

Comments are closed.