ଭୁବନେଶ୍ୱର: ଫେବୃଆରୀ ୧୭: ହକି, ଫୁଟବଲ ଏବଂ ଆଥଲେଟିକ୍ସ ପରେ ଦେଶର ବଡ଼ ବଡ଼ ସୁଇମର ଏବଂ ପୋଲୋ ପ୍ଲେୟାର ଏବେ ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଡେରା ପକାଇଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଭାରତୀୟ ଓ୍ୱାଟର ପୋଲୋ ପ୍ରଶିକ୍ଷଣ ଶିବିର ଚାଲିଛି । ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ଓ୍ୱାଟର ପୋଲୋର ନୂଆ ନୂଆ ଟେକନିକ୍ ଶିଖାଯାଉଛି । ଏଥିରେ ସେମାନଙ୍କୁ ବନି ସଟ୍, କର୍ଣ୍ଣର ସଟ୍, କାଉଁଣ୍ଟର ସଟ୍, ଡ୍ରିବିଲିଂ, ଡ୍ରାଏ ପାସ୍, ଲବ ସଟ୍, ୱେଟ୍ ସଟ୍ ଆଦି କୌଶଳ ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଟୋକିଓ ଅଲିମ୍ପିକସରେ ସ୍ୱର୍ଣ୍ଣ ପଦକ ବିଜେତା ସର୍ବିଆ ଓ୍ୱାଟର ପୋଲୋର ୨ଜଣ କୋଚ୍ ଏହି ପ୍ରଶିକ୍ଷଣ ଦେଉଛନ୍ତି । ଏହାସହ ପ୍ରଶିକ୍ଷଣ ଶିବିରରେ ୨୫ଜଣ ଓ୍ୱାଟର ପୋଲୋ ପ୍ରଶିକ୍ଷାର୍ଥୀ ଯୋଗ ଦେଇଛନ୍ତି ।୨୦୨୨ରେ ହେବାକୁ ଥିବା ବିଶ୍ୱ ସନ୍ତରଣ ପ୍ରତିଯୋଗିତା, ଏସୀୟ କ୍ରୀଡା, ଏବଂ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତୀୟ ସନ୍ତରଣକାରୀମାନେ ଯେପରି ମେଡାଲ ଜିଣିବେ, ସେଥିପାଇଁ ଭୁବନେଶ୍ୱରକୁ ଭାରତୀୟ ସନ୍ତରଣ ମହାସଂଘ ଦ୍ୱିତୀୟ ପ୍ରଶିକ୍ଷଣ ସ୍ଥାନ ଭାବେ ବାଛି ନେଇଛି ।
Comments are closed.