ମୃତ୍ୟୁ ପରେ ବି ନୂଆ ରେକର୍ଟ କଲେ ସିଦ୍ଧୁ ମୁସେୱାଲ

ଚଣ୍ଡିଗଡ଼: ଜୁନ ୧୮: ଦିବଙ୍ଗତ ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଗୀତ ରଚିଲା ଇତିହାସ । ପ୍ରଥମ ପଞ୍ଜାବୀ ଗାୟକ ଭାବେ ମୁସେୱାଲାଙ୍କ ଗୀତ ୨୯୫’ ବିଲେୱାର୍ଡ ଗ୍ଲୋବାଲ ୨୦୦ ଚାଟରେ ସ୍ଥାନ ପାଇଛି । ବିଲୋବୋର୍ଡ ଗ୍ଲୋବାଲ ୨୦୦ ଚାର୍ଟରେ ୨୮୫ ଗୀତକୁ ୧୫୪ତମ ସ୍ଥାନରେ ରଖାଯାଇଛି । ପୂର୍ବରୁ ବହୁତ କମ୍‌ ଭାରତୀୟ ଗାୟକଙ୍କ ଗୀତ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ପ୍ରଥମ ପଞ୍ଜାବୀ ସିଙ୍ଗର ଭାବେ ସିଦ୍ଧୁଙ୍କୁ ଏହି ସଫଳତା ମିଳିଛି । ଏହି ତାଲିକାରେ ହ୍ୟାରୀ ଷ୍ଟାଲ୍ସ, କମିଲା ସେବେଲୋ, ଜଷ୍ଟିନ ବିବର ଏବଂ ଇଟନ ଜହନ ରହିଛନ୍ତି । ତେବେ ସିଦ୍ଧୁଙ୍କ ଏହି ସଫଳତା ନେଇ ୱାନ ଡିଜିଟାଲ ଏଣ୍ଟରଟେନମେଣ୍ଟର କୋ ଫାଉଣ୍ଡର ତଥା ସିଇଓ ଗୁରପ୍ରୀତ ସିଂହ ଭାସିନ ସୂଚନା ଦେଇଛନ୍ତି । ସେ ତାଲିକାର ଫଟୋ ଇନ୍‌ଷଫାଗ୍ରାମ ଆକାଉଣ୍ଟରେ ଅପଲୋଜଡ କରାଯାଇଛି । ସୂଚନା ଥାଉକି ବିଲବୋର୍ଡ ଗ୍ଲୋବାଲ ୨୦୦ ହେଉଛି ବିଶ୍ୱସ୍ତରରେ ଲୋକପ୍ରିୟ ହୋଇଥିବା ଗୀତମାନଙ୍କର ଏକ ସାପ୍ତାହିକ ତାଲିକା । ଯାହାକୁ ବିଲେ୍ୱାର୍ଡ ମାଗାଜିନ ପବ୍ଲିଶ କରିଥାଏ । ଗୀତଗୁଡ଼ିକର ଡିଜିଟାଲ୍‌ ବିକ୍ରି ଓ ଅନ୍ଲାଇନ୍‌ ଷ୍ଟ୍ରିମିଂ ଆଧାରରେ ଏହାର ମାନ ନିର୍ଦ୍ଧାରିତ କରି ତାଲିକାରେ ରାଙ୍କିଂ ଅନୁସାରେ ସ୍ଥାନ ଦିଆଯାଇଥାଏ । ତେବେ ପ୍ରଥମ ପଞ୍ଜାବି ସିଙ୍ଗର ଭାବରେ ନିଜର ନାମ ଦାଖଲ କରିଛନ୍ତି ସିଦ୍ଧୁ ।

Comments are closed.