ଭୁବନେଶ୍ୱର: ଜୁଲାଇ ୦୪: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ । ଦୋଷୀଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି ରୁଚିକାଙ୍କ ବାପା । ସେ କହିଛନ୍ତି, ହଷ୍ଟେଲ କର୍ତ୍ତୃପକ୍ଷ ଝିଅକୁ ରାଗିଂ କରିବା କଥା ଜାଣିଛନ୍ତି, ମାତ୍ର ଲୁଚାଉଛନ୍ତି । ଭବିଷ୍ୟତରେ ତାଙ୍କ ପରି ଆଉ କୌଣସି ଅଭିଭାବକ ଏପରି ସ୍ଥିତି ନ ଭୋଗ;ୁ ବୋଲି ସେ କହିଛନ୍ତି । ସେପଟେ ମୃତ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ବିଜେବି କଲେଜ ଫାଟକ ଆଗରେ ଧାରଣା ଦେଇଛି ନବ ନିର୍ମାଣ ଛାତ୍ର ସଂଗଠନ । ରୁଚିକାଙ୍କ ବାପା ଓ ମାଆ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି । ତେଣେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଖୋଳତାଡ଼ ପାଇଁ କଲେଜରେ ପହଞ୍ଚିଛନ୍ତି ମହିଳା କମିଶନ । ଅଧ୍ୟକ୍ଷା ମିନତୀ ବେହେରା କଲେଜରେ ପହଞ୍ଚି ହଷ୍ଟେଲ ୱାର୍ଡେନ ଓ ଛାତ୍ରୀଙ୍କୁ ସେ ପଚରାଉଚରା କରିଛନ୍ତି । କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେନେଇ ଅନୁସନ୍ଧାନ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।
Comments are closed.