ଭୁବନେଶ୍ୱର: ଅକ୍ଟୋବର ୩୦: କରୋନା କାଳରେ ରାଜ୍ୟର ଲୋକଙ୍କ ପାଖରେ କାମ ନାହିଁ । ଏହିପରି ପରିସ୍ଥିତିରେ ପୁଣି ମହଙ୍ଗା ମାଡ଼ । ତେଲଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ସବୁର ଦରଦାମ ବୃଦ୍ଧି ପାଉଛି । ଏହି ସବୁ ପ୍ରତିବାଦରେ ବିଜେଡି ରାଜ୍ୟବ୍ୟାପି ପ୍ରତିବାଦ କରିବ । ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଯେଉଁଭଳି ଛଟପଟ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଏନେଇ ସୂଚନା ଦେଇଛନ୍ତି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୧ ତାରିଖରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ କରାଯିବ । ରାଜ୍ୟବ୍ୟାପୀ ଏହି ବିକ୍ଷୋଭ ହେବ । ଏହାସହ ବିଜେଡି ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଦେବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେବ । ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି କାରଣରୁ ଆସନ୍ତା ୫ ଓ ୬ ନଭେମ୍ବରରେ ୧୪୭ ନିର୍ବାଚନମଣ୍ଡଳୀରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପେଟ୍ରୋଲ ପମ୍ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିବ ।
Comments are closed.