ଭୁବନେଶ୍ୱର : ବିଜେଡି ନେତା ତଥା ପୂର୍ବତନ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଗୁରୁତର ଅସୁସ୍ଥ ଅଛନ୍ତି । ଭୁବନେଶ୍ବରର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ହସ୍ପିଟାଲ ଯାଇ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି ବିରୋଧି ଦଳର ନେତା ନବୀନ ପଟ୍ଟନାୟକ । ବିଜେଡିର ଅନ୍ୟ ବରିଷ୍ଠ ନେତା ମଧ୍ୟ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି।
ସୁଶାନ୍ତ ଦୀର୍ଘଦିନ ହେଲା ଅସୁସ୍ଥତା ଅନୁଭବ କରୁଥିଲେ। ଗତ କିଛିଦିନ ହେଲା ସେ ରାୟପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୋହେଲାସ୍ଥିତ ବାସଭବନକୁ ଫେରିଥିଲେ। ମାତ୍ର ପୁଣି ସେ ଅସୁସ୍ଥତା ଅନୁଭବ କରିବାରୁ ଦୁଇଦିନ ତଳେ ବରଗଡ଼ର ଏକ ଘରୋଇ ନର୍ସିଂହୋମରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହସ୍ପିଟାଲ ଯାଇ ସୁଶାନ୍ତ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଆସୁ ଆରୋଗ୍ୟ କାମନା କରିଛନ୍ତି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)