ଭୁବନେଶ୍ୱର: ନଭେମ୍ବର ୦୧: ଦେଶରେ ହୁ ହୁ ଭାବେ ବଢ଼ୁଥିବା ଦରବୃଦ୍ଧିକୁ ବିରୋଧ କରି ଆଜି ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇଛି । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କରୁଥିବାରୁ ବିଜେଡ଼ି ଏକ ଅଭିନବ ଢ଼ଙ୍ଗରେ ଏହାକୁ ବିରୋଧ କରି ଏଡିଏମ୍ ଅଫିସ ଆଗରେ ଧାରଣା ଦେଇଛି ।
ଶତାଧିକ ବିଜେଡି କର୍ମୀ ଶଗଡ଼, ସାଇକେଲ୍, ଘୋଡ଼ା, ରିକ୍ସାରେ ଆସି ଗ୍ୟାସ୍ ସିଲିଣ୍ଡର ଧରି କେଶରୀ ହଲ୍ନିକଟରୁ ଶୋଭାଯାତ୍ରା ଆରମ୍ଭ କରି ରାଜଭବନ ସମ୍ମୁଖକୁ ଆସିଛି । ସେଠାରେ ରାଜରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ କରିଛି ।
ଅନ୍ୟପକ୍ଷରେ, ଭୁବନେଶ୍ୱର ଲୋକସେବା ଭବନ ପଛ ଗେଟ୍ ପେଟ୍ରୋଲ ପମ୍ପ ନିକଟରୁ ବିଜେଡି ମହିଳା ମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ବାହାରିଛି । ଦଳର ମୁଖ୍ୟ ନେତାଙ୍କ ସହ ହଜାର ହଜାର କର୍ମୀ ଶୋଭାଯାତ୍ରାରେ ଯାଇ ଏଡିଏମ୍ ଅଫିସ ଆଗରେ ଗଣଧାରଣା ଦେବେ । ଏହାସହିତ ଆଜି ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜେଡି ପକ୍ଷରୁ ପ୍ରତିବାଦ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଜୁ ଯୁବ ଓ ମହିଳା ବିଜେଡି କର୍ମୀ ଦଳୀୟ ସାଇକେଲ ଶୋଭାଯାତ୍ରା କରି କାର୍ଯ୍ୟାଳୟରୁ ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ ।
ସୂଚନା ଥାଉଯେ, ଗତକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ଆଜିଠାରୁ ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିବାଦ କରୁଛି ବିଜେଡି । ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଗ୍ୟାସ ଟାଙ୍କି ରଖିବା ସହିତ ଚୁଲି ଜାଳିଛି । ଫଳରେ ସାଧାରଣଲୋକଙ୍କ ଗମନାଗମନରେ ବାଧା ଉପୁଜିଛି ।
Comments are closed.