ସୋନାଲି ଫୋଗଟଙ୍କ ମୃତୁ୍ୟର ସିବିଆଇ ତଦନ୍ତ ଦାବି

ଚଣ୍ଡିଗଡ଼: ହରିଆଣା ବିଜେପି ନେତ୍ରୀ ତଥା ବିଗବସ୍‌ ଫେମ ସୋନାଲି ଫୋଗଟଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକ । ଗୋଆରେ ହୃଦଘାତ ଯୋଗୁ ସୋନାଲିଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା । ହେଲେ ପରିବାର ଲୋକ ଏହାକୁ ଗ୍ରହଣ ନ କରି ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି । ଏଥିପାଇଁ ସେମାନେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ୪୨ ବର୍ଷୀୟ ସୋନାଲି ଗୋଆରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ ।

 ସୋନାଲି ଫୋଗଟଙ୍କ ମୃତୁ୍ୟର ସିବିଆଇ ତଦନ୍ତ ଦାବି

ସୋମବାର ରାତିରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ପୁଲିସ୍‌ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି । ହେଲେ ସୋନାଲିଙ୍କ ଭଉଣୀ ଓ ପରିବାର ଲୋକ ହୃଦଘାତ ଜନିତ ମୃତ୍ୟୁକୁ ବିଶ୍ୱାସ କରୁ ନାହାନ୍ତି । ସୋନାଲିଙ୍କ ଭଉଣୀରମାନ କହିଛନ୍ତି, ମୋ ଭଉଣୀ କେବେ ହେଲେ ହୃଦଘାତର ସମ୍ମୁଖୀନ ହୋଇପାରିବ ନାହିଁ । ସେ ପୂରା ଫିଟ ଥିଲା । ଆମେ ଘଟଣାର ସଂପୂର୍ଣ୍ଣ ତଦନ୍ତ ସିବିଆଇ କରୁ ବୋଲି ଚାହୁଁଛୁ । ସେ ହୃଦଘାତରେ ପ୍ରାଣ ହରାଇବା ଖବରକୁ ଆମ ପରିବାର ଲୋକ ଗ୍ରହଣ କରି ପାରୁ ନାହାନ୍ତି । ହାର୍ଟ ସମ୍ପର୍କିତ କୌଣସି ମେଡିକାଲ ସମସ୍ୟା ତା’ର ନଥିଲା । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ଫୋନ କରିଥିଲା । ସେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଥିବା ତା’ କଥାରୁ ଜଣାପଡ଼ୁଥିଲା ।

 ସୋନାଲି ଫୋଗଟଙ୍କ ମୃତୁ୍ୟର ସିବିଆଇ ତଦନ୍ତ ଦାବି

ତେଣୁ ସିବିଆଇ ପୂରା ଘଟଣା ଉପରକୁ ପରଦା ହଟାଇବା ଦରକାର । ସେ ସନ୍ଧ୍ୟାର ବେଳେ ମୋତେ ଫୋନ କରିବା ସହ ହ୍ୱାର୍ଟ୍ସଆପରେ କିଛି କଥା ହେବ ବୋଲି କହିଥିଲା । କିଛି ଗୋଟେ ଅଘଟଣ ଘଟିବାକୁ ଯାଉଥିବା ଆଶଙ୍କା ମଧ୍ୟ କରିଥିଲା । ଏହି ସମୟରେ ସେ ଫୋନ କାଟି ଦେଇଥିଲା ଓ ଆଉ ଫୋନ ଉଠାଇ ନଥିଲା । ସୋନାଲି ଫୋଗଟ ବିଜେପି ନେତ୍ରୀ ସହ ଜଣେ ଟିକଟକ ଷ୍ଟାର ଥିଲେ । ସେ ନିଜର କିଛି ସହଯୋଗୀଙ୍କ ସହ ଗୋଆ ଯାଇଥିଲେ ।

 ସୋନାଲି ଫୋଗଟଙ୍କ ମୃତୁ୍ୟର ସିବିଆଇ ତଦନ୍ତ ଦାବି

ତେବେ ସୋମବାର ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକ ମୃତ୍ୟୁ ଉପରେ ପ୍ରଶ୍ନ ଉଠାଇଥିଲେ ହେଁ ଗୋଆ ପୁଲିସ୍‌ ମୁଖ୍ୟ ଯଶପାଲ ସିଂହ ଏଯାଏ କୌଣସି ପ୍ରକାରର ସନ୍ଦେହ କରିବା ଭଳି ଘଟଣା ସାମ୍ନାକୁ ଆସି ନଥିବା କହିଛନ୍ତି ।
 ସୋନାଲି ଫୋଗଟଙ୍କ ମୃତୁ୍ୟର ସିବିଆଇ ତଦନ୍ତ ଦାବି

୨୦୦୬ ମସିହାରେ ସୋନାଲି ଟିଭି ଆଙ୍କର ଭାବେ ଡେବ୍ୟୁ କରିଥିଲା । ଏହାର ଦୁଇ ବର୍ଷ ପରେ ସେ ବିଜେପିରେ ସାମିଲ ହୋଇଥିଲା । ୨୦୧୬ରେ ସେ ଅଭିନୟ ଜଗତରେ ପ୍ରବେଶ କରିବା ସହ ୨୦୧୯ରେ ଗୋଟିଏ େୱବ ସିରିଜରେ ନଜର ଆସିଥିଲେ । ୨୦୨୦ ବିଗ ବସ୍‌ ସିଜିନରେ ମଧ୍ୟ ତାଙ୍କୁ ଜଣେ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିଥିଲା ।

 ସୋନାଲି ଫୋଗଟଙ୍କ ମୃତୁ୍ୟର ସିବିଆଇ ତଦନ୍ତ ଦାବି

୨୦୧୯ରେ ସେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ ବି କଂଗ୍ରେସ ପ୍ରାର୍ଥୀ କୁଲଦୀପ ବିଷ୍ଣୋଇଙ୍କ ପାଖରୁ ତାଙ୍କୁ ହାରିବାକୁ ପଡ଼ିଥିଲା । ତେବେ ଶ୍ରୀ ବିଷ୍ଣୋଇ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଏଥିସହ ସେ ସୋନାଲିଙ୍କୁ ଭେଟି ଫଟୋ ମଧ୍ୟ ଉଠାଇଥିଲେ । ସୋମବାର ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋନାଲି ପିଙ୍କ ପଗଡ଼ି ପିନ୍ଧି ନିଜର ଦୁଇଟି ଭିଡିଓ ଓ ୪ଟି ଫଟୋ ଇନଷ୍ଟାରେ ପୋଷ୍ଟ କରିଥିଲେ । ଏହାର କିଛି ସମୟରେ ସେ ରାତ୍ର ଭୋଜନ କରିଥିଲେ । ତେବେ ରାତ୍ର ଭୋଜନ ପରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରୁଥିବା ତାଙ୍କ ମା’ଙ୍କୁ ଫୋନ କରି ଜଣାଇଥିବା ତାଙ୍କ ଭଉଣୀ ସୂଚନା ଦେଇଛନ୍ତି । ସମ୍ଭବତଃ ତାଙ୍କ ଖାଦ୍ୟରେ କେହି ବିଷ ମିଶାଇ ଦେଇଥିବା ମଧ୍ୟ ପରିବାର ଲୋକ ସନ୍ଦେହ କରୁଛନ୍ତି ।

 ସୋନାଲି ଫୋଗଟଙ୍କ ମୃତୁ୍ୟର ସିବିଆଇ ତଦନ୍ତ ଦାବି

ସୋନାଲି ଫୋଗଟଙ୍କ ସ୍ୱାମୀ ସଞ୍ଜୟ ଫୋଗଟ ମଧ୍ୟ ୨୦୧୬ରେ ପ୍ରାଣ ହରାଇଥିଲେ । ସେତେବେଳେ ତାଙ୍କ ବୟସ ୪୨ ବର୍ଷ ଥିଲା । ଏବେ ସୋନାଲି ମଧ୍ୟ ୪୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ବାପା ମା’ଙ୍କୁ ହରାଇ ସେମାନଙ୍କ ଝିଅ ପୂରା ଏକା ହୋଇଯାଇଛି ।

Comments are closed.