ରସୁଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥି ସହିତ ଏହା ଖାଦ୍ୟର ସ୍ୱାଦକୁ ମଧ୍ୟ ବଢ଼ାଇଥାଏ । ହେଲେ କିଛି ଲୋକ ରସୁଣର ଗନ୍ଧ ପସନ୍ଦ କରନ୍ତି ନାହିଁ, ତେଣୁ ସେମାନେ ଏହାକୁ ଖାଆନ୍ତି ନାହିଁ, ଯାହା ଦ୍ୱାରା ଅଗଣିତ ଲାଭରୁ ସେମାନେ ବଞ୍ଚିତ ରୁହନ୍ତି । ରସୁଣ ଖାଇବାରେ ଯଦି ଦୁର୍ଗନ୍ଧ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ତା’ହେଲେ ଧଳା ରସୁଣ ବଦଳରେ କଳା ରସୁଣ ବ୍ୟବହାର କରିପାରିବେ । ଘରେ ହିଁ ଧଳା ରସୁଣରୁ କଳା ରସୁଣ ପ୍ରସ୍ତୁତ କରିପାରିବେ । କଳା ରସୁଣର ସମସ୍ତ ଗୁଣ ଧଳା ରସୁଣ ସହ ସମାନ, କିନ୍ତୁ କଳା ରସୁଣରେ ଉତ୍ପାଦିତ ଆଣ୍ଟିଅକ୍ସିଡାଣ୍ଟ ଏହାକୁ ଧଳା ରସୁଣଠାରୁ ଭିନ୍ନ କରିଥାଏ ଏବଂ ଏହାର ଲାଭ ବହୁଗୁଣିତ ହୋଇଥାଏ ।
-ଅନୁସନ୍ଧାନରୁ ଜଣାପଡିଛି ଯେ, ଯଦି ପ୍ରତିଦିନ ଖାଲି ପେଟରେ କଳା ରସୁଣ ଖାଆନ୍ତି ତେବେ ବିଭିନ୍ନ ପ୍ରକାର କର୍କଟ ରୋଗ ହେବାର ଆଶଙ୍କା ବହୁ ପରିମାଣରେ କମିଯାଏ । କେବଳ ଏତିକି ନୁହେଁ, ଯଦି ଏହି ସମସ୍ୟାରେ ପୀଡ଼ିତ ଲୋକମାନେ ନିୟମିତ ଭାବେ କଳା ରସୁଣ ଖାଆନ୍ତି, ତେବେ ଏହା ସେମାନଙ୍କ ଚିକିତ୍ସାରେ ସକାରାତ୍ମକ ଭାବେ ସହାୟକ ହୋଇଥାଏ ।
-ଯକୃତର ସୁସ୍ଥତା ପାଇଁ କଳା ରସୁଣ ଅତ୍ୟନ୍ତ ଜରୁରୀ । ଏହାର ନିୟମିତ ବ୍ୟବହାର ସହିତ ଯକୃତ ଡିଟକ୍ସାଇଡ୍ ହୋଇ ରହିଥାଏ ଏବଂ ଯକୃତର କୌଣସି କ୍ଷତି ହୁଏ ନାହିଁ ।
-ଯଦି ଆପଣ ହୃଦ୍ ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ପ୍ରତିଦିନ ସକାଳେ ଖାଲି ପେଟରେ କଳା ରସୁଣ ଖାଇବା ଆରମ୍ଭ କର;ୁ । ଏହା ଶରୀରରୁ ଖରାପ କୋଲେଷ୍ଟ୍ରଲ ବାହାର କରିଥାଏ ଏବଂ ରକ୍ତଚାପ ସଠିକ୍ ରଖିବାରେ ସହାୟକ ହୋଇଥାଏ ।
– କଳା ରସୁଣ ଶରୀରର କୋଷଗୁଡ଼ିକୁ ନିୟନ୍ତ୍ରଣ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏହାଦ୍ୱାରା ରୋଗର ମୁକାବିଲା କରିବାର ଶକ୍ତି ବ୍ୟକ୍ତି ଭିତରେ ବଢିଯାଏ ଏବଂ ଶୀଘ୍ର ରୋଗରେ ପଡ଼ନ୍ତି ନାହିଁ ।
-କଳା ରସୁଣକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ, କାରଣ ଶରୀରରୁ ଆରମ୍ଭ କରି ମସ୍ତିଷ୍କର ସମସ୍ୟାକୁ ଦୂର କରିଥାଏ । ଏହାକୁ ଖାଇବା ଦ୍ୱାରା ଆଲଜାଇମର ଏବଂ ଡିମେନ୍ସିଆ ଭଳି ସମସ୍ୟାକୁ ରୋକାଯାଇଥାଏ ।
Comments are closed.