କେଶକୁ ରଖନ୍ତୁ କଳା

ମଣିଷର ବୟସ ଭଳି କେଶ ମଧ୍ୟ ବୁଢା ଅର୍ଥାତ୍‌ ଧଳା ହୋଇଥାଏ । ତେବେ ଆଜିକାଲିର ଜୀବନଶୈଳୀ, ଖାଦ୍ୟପେୟ କାରଣରୁ ଅନେକଙ୍କ କ୍ଷେତ୍ରରେ ବୟସ ପୂର୍ବରୁ କେଶ ପାଚିବା ସମସ୍ୟ ଦେଖାଯାଉଛି । ଏହା ବେଳେବେଳେ ବିଭିନ୍ନ ସ୍ୱସ୍ଥ୍ୟା ସମସ୍ୟା କାରଣରୁ ମଧ୍ୟ ଦେଖାଯାଇଥାଏ ।
କେଶକୁ ରଖନ୍ତୁ କଳା

କେତେକଙ୍କ କ୍ଷେତ୍ରରେ ଏହା ଜିନ୍‌ ଗତ ମଧ୍ୟ ହୋଇଥାଏ । ତେବେ କିଛିଟା ଉପାୟ ରହିଛି ଯାହାକୁ ଆପଣାଇଲେ ଆପଣ ଏହି ସମସ୍ୟାରୁ ଦୂରେଇ ରହିପାରିବେ । ଜୀବନଶୈଳୀରେ କିଛି ପରିବର୍ତ୍ତନ ଆପଣଙ୍କୁ ଏହି ସମସ୍ୟାରୁ ମୁକୁଳାଇ ପାରିବ । ଖାଦ୍ୟରେ ଭରପୂର ମାତ୍ରାରେ ଭିଟାମିନ୍‌ସ ଖାଆନ୍ତୁ । ଭିଟାମିନ୍‌ ଡି, ବି, ବି୧୨, ଇ ଓ ଏ ଭଳି ଭିଟାମିନ୍‌ ଥିବା ଖାଦ୍ୟ ସର୍ବଦା ଖାଆନ୍ତୁ ।

ସେହିଭଳି ସଠିକ୍‌ ପରିମାଣର ମିନେରାଲ୍‌ସ୍‌ ଯେପରିକି ଜିଙ୍କ, ଆଇରନ୍‌, ମ୍ୟାଗନେସିଅମ ଆଦି ଗ୍ରହଣ କରନ୍ତୁ । ନିଜର କୁ ଅଭ୍ୟାସକୁ ଦୂରାନ୍ତୁ, ଯେପରିକି ସିଗାରେଟ୍‌ ଟାଣିବା । ସିଗାରେଟ୍‌ ସ୍ୱାସ୍ଥ୍ୟ ସହିତ ଚର୍ମ ଏବଂ କେଶ ପାଇଁ ମଧ୍ୟ ହାନିକାରକ ହୋଇଥାଏ । ସେହିଭଳି ଯଦି ବାହାରକୁ ଯାଉଛନ୍ତି କେଶକୁ ଘୋଡାଉ ଯାଆନ୍ତୁ, ସର୍ବଦା ପ୍ରଖର ସୂର୍ଯ୍ୟରଶ୍ମି ଠାରୁ କେଶକୁ ବଞ୍ଚାନ୍ତୁ । ସେହିଭଳି କେଶରେ ଅଧିକ କେମିକାଲ ଯୁକ୍ତ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ । ନିୟମିତ ତେଲ ଲଗାଇବା ସହିତ ଦରକାରରୁ ଅଧିକ ସଫା କରନ୍ତୁ ନାହିଁ ।
କେଶକୁ ରଖନ୍ତୁ କଳା

ବିଭିନ୍ନ ଘରୋଇ ଦ୍ରବ୍ୟରୁ ପ୍ୟାକ୍‌ ପ୍ରସ୍ତୁତ କରି କେଶରେ ବ୍ୟବହାର କରନ୍ତୁ । ଏହା କେଶ ପାଇଁ ବେଶ ଲାଭ ଦାୟକ ହୋଇଥାଏ ।

Comments are closed.