ବଲାଙ୍ଗରରେ ବ୍ଲାକ୍‌ ଟାଇଗର ଗ୍ୟାଙ୍ଗ୍‌ !

ବଲାଙ୍ଗର : କଟକର ପବ୍ଲିକ ଷଣ୍‌ଢ଼ ଏବଂ ଭୁବନେଶ୍ୱର କେବିଏନ୍‌ ଗ୍ୟାଙ୍ଗ ପରି ବଲାଙ୍ଗୀରରେ ଚାଲୁଛି ଗ୍ୟାଙ୍ଗ ୱାର୍‌ । ଗ୍ୟାଙ୍ଗର ନାମ – ବ୍ଲାକ୍‌ ଟାଇଗର । ନିକଟରେ ଏହି ଗ୍ୟାଙ୍ଗର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୁରୁବାର ବ୍ଲାକ୍‌ ଟାଇଗର ଗ୍ରୁପ୍ର ଫଟୋ ଭାଇରାଲ ହୋଇଛି ।

ବଲାଙ୍ଗରରେ ବ୍ଲାକ୍‌ ଟାଇଗର ଗ୍ୟାଙ୍ଗ୍‌ !
ବ୍ଲାକ୍‌ ଟାଇଗର ଗ୍ୟାଙ୍ଗ୍‌

ସୂଚନାଯୋଗ୍ୟ ଯେ, ଦୁଇଦିନ ତଳେ ଗୋପବନ୍ଧୁନଗର ପଡ଼ାରେ ରାତି ଅଧରେ ପ୍ରାୟ ୩୦ ଜଣ ଯୁବକ ମାରଣାସ୍ତ୍ର ଧରି ଶିବ ପ୍ରସାଦ ବେହେରାଙ୍କ ଘରେ ଆତଙ୍କ ସୃଷ୍ଟି କରିଥିଲେ । ଶିବଙ୍କ ପୁଅ ବିମଳଙ୍କ ସହ ପୂର୍ବ ଶତ୍ରୁତା ଥିବାରୁ ତାଙ୍କୁ ଖୋଜିବାକୁ ଆସିଥିଲେ । ହେଲେ ନପାଇବାରୁ ତାଙ୍କ ବଦଳରେ ବାପା ଶିବଙ୍କୁ ଉଠାଇ ନେଇଥିଲେ । ଏହି ଘଟଣାକୁ ନେଇ ସାରା ସହରରେ ଭୟର ବାତାରଣ ଦେଖାଦେଇଥିଲା । ଏପରି ସମୟରେ ଲୋକଙ୍କୁ ଭୟଭୀତ କଲାଭଳି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ନିଜକୁ ବ୍ଲାକ୍‌ ଟାଇଗର ଗ୍ୟାଙ୍ଗ୍‌ ଭାବରେ ଚିହ୍ନଟ କରି, ଅସ୍ତ୍ରଶସ୍ତ୍ର ଧରି ଫଟୋପୋଜ୍‌ ଦେଇଛନ୍ତି ଗୁଣ୍ଡା । ଆଖିରେ ଷ୍ଟାଇଲିସ ଚଷମା, ପାଟିରେ ସିଗାରେଟ ଏବଂ ହାତରେ ମାରଣାସ୍ତ୍ର ଧରି ପୂରା ଫିଲ୍ମ ଷ୍ଟାଇଲରେ ଫଟୋ ପୋଜ୍‌ ଦେଇଛନ୍ତି । ଗତ କିଛିଦିନ ତଳେ ବଲାଙ୍ଗୀର ସହର ଭିତରେ ହୋଇଥିବା କିଛି ଗ୍ୟାଙ୍ଗ୍‌ୱାର୍‌ ସହିତ ଏମାନଙ୍କ ସଂପୃକ୍ତି ଅଛି ନା ନାହିଁ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଏଥିସହିତ ଏମାନେ ଜଣେ ଜଣେ ପେସାଗତ ଅପରାଧୀ ନା ନାହିଁ ତାହା ଜଣାପଡ଼ିନାହିଁ ।
ତେବେ, ଗ୍ୟାଙ୍ଗ୍‌ୱାର୍‌ ହେବା ପରେ କେହି କାହା ନାମରେ ଅଭିଯୋଗ ଦାଖଲ କରୁନଥିବାରୁ ହାତବାନ୍ଧି ବସିଛି ପୁଲିସ । ପୁଲିସ ବିଭାଗ ନିଜ ତରଫରୁ ମାମଲା ରୁଜୁ କରି ଏଭଳି ଗୁଣ୍ଡା ଶ୍ରେଣୀୟ ବ୍ଲାକ୍‌ ଟାଇଗରମାନଙ୍କୁ କାବୁ ନକଲେ, ଆଗକୁ ପୁଲିସ ଓ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇପାରନ୍ତି ବୋଲି ଆଲୋଚନା ହେଉଛି ।

Comments are closed.