ଭୁବନେଶ୍ୱର : ଆସନ୍ତା ୧୬ରେ କଟକ ବାରବାଟି ଷ୍ଟାଡିୟମରେ ହେବ ସେଲିବ୍ରେଟି କ୍ରିକେଟ ଲିଗ୍ । ଆଜି ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜକ ବୋନୀ କପୁର । ବିଧାନସଭା ପରିସରରେ ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ କରିଥିବା କହିଛନ୍ତି । ଏହା ପରେ ସେ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ସାକ୍ଷାତ କରିଥିବାର ଜଣାପଡିଛି ।
ସୂଚନା ଅନୁସାରେ ୧୬ରେ ପଞ୍ଜାବ ଦେ ଶେର ଟିମ୍ ଓ ଭୋଜପୁରୀ ଦବଙ୍ଗ ଟିମ୍ ମଧ୍ୟରେ ଗୋଟିଏ ମ୍ୟାଚ ଓ ମୁମ୍ବାଇ ହିରୋ ଏବଂ ବେଙ୍ଗଲ ଟାଇଗର୍ସଙ୍କ ମଧ୍ୟରେ ଗୋଟିଏ ମ୍ୟାଚ ହେବ ।
Comments are closed.