ଲାଇମଲାଇଟ୍‌କୁ ଆସିଲେ ପ୍ରାଚୀ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ନାଗା ଚୈତନ୍ୟ ଖୁବଶୀଘ୍ର ବଲିଉଡ୍‌ ଡେବୁ୍ୟ କରିବାକୁ ଯାଉଛନ୍ତି । ନାଗା ଚୈତନ୍ୟଙ୍କ ନାମ ସାଉଥ୍‌ର ବଡ଼ ବଡ଼ ଅଭିନେତାଙ୍କ ମଧ୍ୟରେ ନିଆଯାଇଥାଏ । ଅଭିନେତା ନାଗା ଆମିର ଖାନଙ୍କ ଫିଲ୍ମ ‘ଲାଲ୍‌ ସିଂହ ଚzା’ରେ ନଜର ଆସିବେ ।

 ଲାଇମଲାଇଟ୍‌କୁ ଆସିଲେ ପ୍ରାଚୀ

ଏହାରି ମଧ୍ୟରେ ନାଗା ଚୈତନ୍ୟଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଅଭିନେତା ଏକ େୱବସିରିଜ୍‌ରେ କାମ କରୁଛନ୍ତି, ଯେଉଁଥିରେ ବଲିଉଡ୍‌ ଅଭିନେତ୍ରୀ ପ୍ରାଚୀ ଦେଶାଈ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ । ‘ଧୂତା’ ନାମକ େୱବସିରିଜ୍‌ ଜରିଆରେ ପ୍ରାଚୀ ତେଲୁଗୁ ଡେବୁ୍ୟ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ତେଲୁଗୁ ଭାଷା ଶିଖୁଛନ୍ତି ବୋଲି ଏକ ପୋଷ୍ଟରେ ପ୍ରାଚୀ ଉଲ୍ଲେଖ କରିଛନ୍ତି । ଏହାସହ ଧୂତାର ଟିମ୍‌ ସହ ଏକ ଫଟୋ ସେୟାର କରିଛନ୍ତି ।

 ଲାଇମଲାଇଟ୍‌କୁ ଆସିଲେ ପ୍ରାଚୀ

ଏହି ଫଟୋରେ ନାଗା ଚୈତନ୍ୟା ଏବଂ ନିର୍ଦ୍ଦେଶକ ବିକ୍ରମ କେ କୁମାରଙ୍କ ସହ ପ୍ରାଚୀ ପୋଜ୍‌ ଦେଉଥିବା ନଜର ଆସୁଛନ୍ତି । ଏହା ଏକ ହରର୍‌ ଥ୍ରୀଲର ସିରିଜ୍‌ ବୋଲି ସୂଚନା ମିଳିଛି । କେବଳ ସେତିକି ନୁହେଁ ଏହି ପ୍ରୋଜେକଫ ଜରିଆରେ ପ୍ରାଚୀ ଦୀର୍ଘ ସମୟ ପରେ ଚର୍ଚ୍ଚା ସହ ଲାଇମଲାଇଟକୁ ଆସିଛନ୍ତି । ଶେଷ ଥର ପାଇଁ ପ୍ରାଚୀ ୨୦୨୧ରେ ଓଟିଟି ପ୍ଲାଟଫର୍ମ ଜିଫାଇଭ୍‌ର ‘ସାଇଲେନ୍ସ… କ୍ୟାନ୍‌ ୟୁ ହିଅର୍‌ ଇଟ୍‌?’ରେ ନଜର ଆସିଥିଲେ । ତେବେ ଏହା ତାଙ୍କ ଅଭିନୟ କ୍ୟାରିଅରର ଦ୍ୱିତୀୟ ଇଂନିସ୍‌ ଥିଲା, କାରଣ ଏହି ସିରିଜ୍‌ ମାଧ୍ୟମରେ ସେ ପ୍ରାୟ ୫ ବର୍ଷ ପରେ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

 ଲାଇମଲାଇଟ୍‌କୁ ଆସିଲେ ପ୍ରାଚୀ

ପ୍ରାଚୀ ଦେଶାଈ ଛୋଟ ପରଦାରୁ କ୍ୟାରିଅର ଆରମ୍ଭ କରିଛନ୍ତି । ଏହାପରେ ଫିଲ୍ମ ‘ରକ୍‌ ଅନ୍‌’ରେ ବଲିଉଡ୍‌ ପ୍ରବେଶ କରିଥିଲେ । ଏହାସହ ଅଜୟ ଦେବଗନ ଏବଂ ଇମରାନ ହାସମୀଙ୍କ ଫିଲ୍ମ ‘ୱାନ୍ସ ଓପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ଆଗକୁ ପ୍ରାଚୀ ମନୋଜ ବାଜପେୟୀଙ୍କ ସହ ଖୁବଶୀଘ୍ର ‘ଫୋରେନ୍‌ସିକ୍‌’ରେ ନଜର ଆସିବେ । ଏଥିରେ ରାଧିକା ଆପ୍ତେ ଏବଂ ବିକ୍ରାନ୍ତ ମେସୀ ଲିଡ୍‌ ରୋଲ୍‌ରେ ଅଛନ୍ତି ।

Har Ghar Tiranga