ପୁଣି ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ

0

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାଫଳରେ କଲବଲ ହେଉଛନ୍ତି ଜନସାଧାରଣ। ପଶ୍ଚିମ ଓଡିଶାରେ ତାପମାତ୍ରା ସବୁଠାରୁ ଅଧିକ ରହୁଛି।ବୌଦ୍ଧ ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୪୩.୫° ସେଲସିୟସ୍ ରେକର୍ଡ କରାଯାଇଛି । ଏହା ପୂର୍ବରୁ ଶନିବାର ୪୨.୫° ଏବଂ ରବିବାର ୪୩.୬° ସେଲସିୟସ୍ ରେକର୍ଡ କରାଯାଇଥିଲା।

ବର୍ତ୍ତମାନ ସୁଦ୍ଧା ବରଗଡ଼ (୪୨°C), ଅନୁଗୁଳ (୪୦.୭°C), ଟିଟିଲାଗଡ଼ (୪୦.୫°C) ଏବଂ ମାଲକାନଗିରି (୪୦.୨°C) ରହିଛି।ତେବେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଝାରସୁଗୁଡା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ତାଳଚେର, ଭବାନୀପାଟଣା, ହୀରାକୁଦ, ସୁନ୍ଦରଗଡ ଏବଂ ଖୋର୍ଦ୍ଧା ଭଳି ନଅଟି ସ୍ଥାନରେ ଦେଖିବାକୁ ମିଳିଛି।ଏହି ସବୁ ସ୍ଥାନରେ ଦିନ ସମୟର ତାପମାତ୍ରା  ପ୍ରାୟ ୩୯° ରୁ ୪୦° ସେଲସିୟସ ମଧ୍ୟରେ ରହୁଛି।

Leave A Reply

Your email address will not be published.