ଭାଗବତ ଜନ୍ମରେ ପୂର୍ଣ୍ଣଗର୍ଭା ମହାନଦୀରେ ଚାପ ଖେଳିଲେ ପ୍ରଭୁ ରାଧାକୃଷ୍ଣ

ବୌଦ୍ଧ: ସେପ୍‌ଟେମ୍ବର ୨୧: ପବିତ୍ର ପୂର୍ଣିମା ତିଥିରେ ଭାଗବତ ଜନ୍ମ ଓ ଏଥି ପାଇଁ ବୌଦ୍ଧ ଜିଲ୍ଲାରେ ପୁରପଲ୍ଲୀରେ ମହାସମାରୋହରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି । ଏହି ଭାଗବତ ଜନ୍ମ ବୌଦ୍ଧ ସହରରେ ଭିନ୍ନ ଧରଣରେ ପାଳିତ ହୋଇଆସୁଛି । ଯାହା ଭଗବାନ ରାଧାକୃଷ୍ଣଙ୍କ ଚାପ ଖେଳ ମହାନଦୀର ଜଳରାଶିରେ କରାଯାଇଥାଏ । ସମସ୍ତ ପ୍ରକାର ନୀତିକାନ୍ତି ପରେ ପ୍ରଭୁମାନଙ୍କୁ ବିମାନରେ ବସାଇ ନାମ ସଂର୍କିତ୍ତନ ସହ ସହର ପରିକ୍ରମା ପରେ ମହାନଦୀ କୁ ନେଇଥାନ୍ତି ।

ଭାଗବତ ଜନ୍ମରେ ପୂର୍ଣ୍ଣଗର୍ଭା ମହାନଦୀରେ ଚାପ ଖେଳିଲେ ପ୍ରଭୁ ରାଧାକୃଷ୍ଣ

ଆଜିର ଦିନରେ ଭାଗବତ ଭଳି ଏକ ମହାନ ଧର୍ମଗ୍ରନ୍ଥକୁ ଶୁକ ମୁନି ଆରମ୍ଭ କରିଥିଲେ । ସେହି ଦିନଠାରୁ ଏହି ଦିବସକୁ ଭାଗବତ ଜନ୍ମଭାବରେ ସମାଜରେ ପାଳିତ ହୋଇ ଆସୁଛି । ଏହି ଚାପ ଖେଳରେ ବୌଦ୍ଧ ସହରର କେଉଟସାହି, ରାଜନପାଲି, ନୁଆସାହି, କୋଡାପଡା, ସୁଦସାହି, ମର୍ଜାକୁଦ ଓ କାଲେଶ୍ୱର ଗ୍ରାମରୁ ପ୍ରଭୁ ରାଧାକୃଷ୍ଣ ଙ୍କୁ ସୁସଜ୍ଜିତ ବିମାନରେ ବସାଇ ସାହି ପରିକ୍ରମା ପରେ ବୌଦ୍ଧ ସହରର ମହାନଦୀର ଚନ୍ଦ୍ରଚୁଡ ଘାଟକୁ ନେଇ ସେଠାରେ ସଜ୍ଜିତ ହୋଇରହିଥିବା ଡଙ୍ଗାରେ ବସାଇ ମହାନଦୀର ହନୁମାନ ଘାଟ ପର୍ଯ୍ୟନ୍ତ ପାଣିରେ ଚାପ କେଳି କରନ୍ତି । ଚାପ ଖେଳ ପରେ ପୁର୍ନବାର ମହାପ୍ରଭୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତିି । ଏହା ସହ ଜିଲାର ପୁରପଲ୍ଳୀରେ ଭାଗବତ ଚର୍ଚ୍ଚା ହେବା ସହ ଗା୍ରମଗୁଡିକରେ ଥିବା ମଣ୍ଡପଗୁଡିକରେ ପୂଜା ହୋଇଥାଏ ।

Comments are closed.