ସୁରଟ : ଓଡ଼ିଆ ଯୁବତୀଙ୍କୁ ଗୁଜରାଟର ସୁରତରେ ନୃଶଂସ ହତ୍ୟା । ହତ୍ୟା କରିଛି ଜହ୍ଲାଦ ପ୍ରେମିକ I ବିବାହ କରିବାକୁ ଜିଦ୍ କରିବାରୁ ପ୍ରେମିକାଙ୍କୁ ୪୯ ଥର ଛୁରୀମାଡ଼ କରି ନିର୍ମମ ଭାବେ ହତ୍ୟା କଲା ପ୍ରେମିକ I ଗୁଜୁରାଟରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ପୁଣି ଥରେ ଦିଲ୍ଲୀ ଶ୍ରଦ୍ଧା ଓ୍ଵାକର୍ ନୃଶଂସ ହତ୍ୟା ଘଟଣାକୁ ମାନେ ପକାଇ ଦେଇଛି I ମୃତକ ହେଲେ ଭୁବନେଶ୍ୱରର ଲୁନି ଦାସ । ତାଙ୍କ ହତ୍ୟାକାରୀ ହେଲେ ଜହ୍ଲାଦ ପ୍ରେମିକ ଜଗନ୍ନାଥ ଗୌଡ଼ I
ଘଟଣାନୁସIରେ ,୧୫ ଦିନ ତଳେ ସୁରତ ଅଞ୍ଜନି ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପାଖରୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଖୋଳତାଡ ଆରମ୍ଭ କରିଥିଲା ପୋଲିସ । ୫୦୦ ସିସିଟିଭି ଫୁଟେଜ୍ ଓ ସିଡିଆର୍ ଯାଞ୍ଚ ପରେ ଜଣ ପଡିଥିଲା ଏହା ଓଡ଼ିଆ ଯୁବତୀ ଲୁନି ଦାସ ଙ୍କର ମୃତଦେହ ବୋଲି I ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକ ଜଗନ୍ନାଥ ଗୋୖଡକୁ ଗିରଫ କରାଯାଇଛି ।
ଜଗନ୍ନାଥକୁ ଜେରା ପରେ ପୋଲିସ ଜାଣିବାକୁ ପାଇଛି ,ଭୁବନେଶ୍ୱରରେ ରହୁଥିବା ଲୁନି ସହ ଜଗନ୍ନାଥର ଗତ ୩ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ସେମାନେ କିଛି ଦିନ ଧରି ଲିଭ ଇନ ସମ୍ପର୍କରେ ମଧ୍ୟ ରହିଥିଲେ I ବିବାହ ପାଇଁ ଲୁନି ଜଗନ୍ନାଥକୁ ବାଧ୍ୟ କରିବାରୁ ଶେଷରେ ସେ ଲୁନିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା । ଯୋଜନା ମୁତାବକ ଦୁଇ ସୁପ୍ତାହ ତଳେ ଭୁବନେଶ୍ୱରରେ ପହଞ୍ଚିଥିଲା ଅଭିଯୁକ୍ତ । ବିବାହ କରିବା ଉଦ୍ଦେଶ୍ୟରେ ଲୁନିଙ୍କୁ ସାଙ୍ଗରେ ଧରି ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସରେ ସୁରତ ଯାଇଥିଲା । ଏହାପରେ ପୂର୍ବ ଯୋଜନାନୁଯାୟୀ ଅଞ୍ଜନି ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପାଖରେ ଥିବା ନିଛାଟିଆ ଜାଗାକୁ ନେଇ ୪୯ ଥର ଛୁରୀ ଭୁସି ଲୁନିଙ୍କୁ ହତ୍ୟା କରିଥିଲା । ସୁରତ ପୋଲିସ ଉପାୟୁକ୍ତ କହିଛନ୍ତି, ହତ୍ୟାର କୌଣସି ସୁରାକ ନଥିଲା । ତେବେ ମୃତ ଯୁବତୀ ପିନ୍ଧିଥିବା ଟି-ଶାର୍ଟ ଓ ସିସିଟିଭିକୁ ଯାଞ୍ଚ କରି ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ପୋଲିସ । ଲୁନି ତାକୁ ମାନସିକ ଭାବରେ ନିର୍ଯାତନା ଦେଉଥିବାରୁ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ପ୍ରେମିକ ଜଗନ୍ନାଥ । ଅଧିକ ତଦନ୍ତ ପାଇଁ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାକାଣ୍ଡ ସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି I
Comments are closed.