ରାଉରକେଲାର ଲାଇଫଲାଇନ୍‌ ବ୍ରାହ୍ମଣୀ ବ୍ରିଜ୍‌ ସହରବାସୀଙ୍କ ପାଳଟିଛି ଦୁଃଖ

ରାଉରକେଲା : ଯମ ଯନ୍ତ୍ରଣା ପାଉଛି ଷ୍ଟିଲ୍‌ ସିଟିର ବ୍ରାହ୍ମଣୀ ବ୍ରିଜ୍‌ । ତିନି ଲେନର ଗାଡ଼ି ଯାଉଛି ଭଙ୍ଗା ଦଦରା ବ୍ରାହ୍ମଣୀ ବ୍ରିଜ୍‌ ଉପରେ । ବ୍ରିଜର ଅବସ୍ଥା ଦେଖିଲେ କେତେ ବେଳେ କିଏ ଗଳିବ ତାହା କହିହେବ ନାହିଁ । ଏହାରି ଉପରେ ପ୍ରଶାସନର ନଜର ନାହିଁ । ନା ବ୍ରିଜର ମରାମତି ହେଉଛି, ନାଁ ରାଉରକେଲା ବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ ତିଆରି କାମ ସରୁଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ରାଉରକେଲାର ଲାଇଫ ଲାଇନ କୁହାଯାଉଥିବା ବ୍ରାହ୍ମଣୀ ବ୍ରିଜ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦଦରା ଅବସ୍ଥାରେ ଥିବା ବ୍ରିଜରେ ଦିନରାତି ସବୁବେଳେ ଲାଗୁଛି ପ୍ରବଳ ଭିଡ଼ । ଦୁଇ ଚକିଆ ଠାରୁ ଆରମ୍ଭ କରି ବଡ଼ ବଡ଼ ଟ୍ରକ ସବୁ ଏହି ବ୍ରିଜ ଦେଇ ଯିବା ଆସିବା କରୁଛି । ଏପରିକି ଖଣି ଖାଦାନ ଅଞ୍ଚଳରୁ ହଜାର ହଜାର ଟ୍ରକ ଏବେ ଏହି ରାସ୍ତା ଦେଇ ଜିଲ୍ଲା ଭିତରେ ଯିବା ଆସିବା କରୁଛି ।
ରାଉରକେଲାର ଲାଇଫଲାଇନ୍‌ ବ୍ରାହ୍ମଣୀ ବ୍ରିଜ୍‌ ସହରବାସୀଙ୍କ ପାଳଟିଛି ଦୁଃଖ

ଯେଉଁ କାରଣରୁ କେବଳ ସେତୁ ଉପରେ ନୁହେଁ ସେତୁର ଉଭୟ ପାଶ୍ୱର୍ରେ ମଧ୍ୟ ଲାଗୁଛି ଲମ୍ବା ଲାଇନ । ଆଉ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଜାମ ଲାଗି ରହୁଛି । ଆମ୍ବୁଲାନସ ବି ଏଥିରୁ ବାଦ ପଡ଼ିନି । ତେବେ ବ୍ରାହ୍ମଣୀ ବ୍ରିଜ ଉଭୟ ପାଶ୍ୱର୍ରେ ରାସ୍ତା ଖରାପ ହେବାର ମୁଖ୍ୟ କାରଣ ହେଉଛି ଓଜନିଆ ଗାଡ଼ିର ଚଳପ୍ରଚଳ ।

ରାଉରକେଲାର ଲାଇଫଲାଇନ୍‌ ବ୍ରାହ୍ମଣୀ ବ୍ରିଜ୍‌ ସହରବାସୀଙ୍କ ପାଳଟିଛି ଦୁଃଖ
କିଛି ମାସ ପୂର୍ବରୁ କୋଇଡା, କାଲଟା, ବଡବିଲ ଆଦି ଅଞ୍ଚଳରେ ଥିବା ଖଣି ଖାଦାନଗୁଡ଼ିକୁ ସରକାର ଲିଜ୍‌ ଦେବା ପରେ ଟ୍ରାଫିକ ସମସ୍ୟା ବଢ଼ିଛି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଆରମ୍ଭ ହେବ ହେବ କହି ଏଭିତରେ ପ୍ରାୟ ୫ ବର୍ଷ ବିତିଗଲାଣି । ବ୍ରିଜ୍‌ କାମ ୨୦୨୦ ସୁଦ୍ଧା ଶେଷ ହେବାର ଥିଲା । କି;ୁ ତାରିଖ ପରେ ତାରିଖ ଗଡ଼ୁଥିବା ବେଳେ ନୂଆ ବ୍ରିଜ୍‌ କାମ ଶେଷ ହେବାର ନାଁ ନେଉନାହିଁ ।

ବ୍ରାହ୍ମଣୀ ବ୍ରିଜ ଉପରେ ଏବେ ବହୁ ସ୍ଥାନରେ ବଡ଼ ବଡ଼ ଗାତ ମଧ୍ୟ ସୃଷ୍ଟି ହେଉଛି । ଏନଏଚଏଆଇ କର୍ତ୍ତୃପକ୍ଷ ବଡ଼ ବଡ଼ ଲୁହା ପ୍ଲେଟ ପକାଇ କାମ ସାରି ଦେଉଥିବା ଅଭିଯୋଗ ହୋଇଛି । ଏପଟେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାମ ଚଳିତ ବର୍ଷ ମେ’ ମାସ ଆଡ଼କୁ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍‌ କାମ ସରିଛି । କି;ୁ ତାହାର ଆପ୍ରୋଚ ରୋଡ୍‌ କାମ ବାକି ରହିଛି । ତାହା ପୁଣି ଠିକ ସମୟରେ ଶେଷ ହେବ କି ନାହିଁ, ତାହା ମଧ୍ୟ ଜଣା ପଡୁନି ।
ରାଉରକେଲାର ଲାଇଫଲାଇନ୍‌ ବ୍ରାହ୍ମଣୀ ବ୍ରିଜ୍‌ ସହରବାସୀଙ୍କ ପାଳଟିଛି ଦୁଃଖ

ଯଦି ବ୍ରିଜ ଭାଙ୍ଗି ଯାଏ ତେବେ ରାଉରକେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ । ଏ ନେଇ ସୁନ୍ଦରଗଡ଼ ସାଂସଦ ଜୁଏଲ୍‌ ଓରାମ କହିଛନ୍ତି ଯେ, ସେ ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବେ । ଅନ୍ୟପଟେ ସ୍ମାର୍ଟସିଟି ସିଇଓ କହିଛନ୍ତି ଯେ, ସେ ଏଥିପାଇଁ ବାରମ୍ବାର ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି ।

Comments are closed.