ୟୁଟ୍ୟୁବ୍‌ ଦେଖି ନାକ ସର୍ଜରୀ

ବହୁ ବ୍ୟକ୍ତିଙ୍କୁ ନିଜ ଚେହେରା ପସନ୍ଦ ଆସି ନ ଥାଏ । ବିଶେଷକରି ଶରୀରର କୌଣସି ଅଙ୍ଗ ଯଦି କାହାକୁ ପସନ୍ଦ ନୁହେଁ ତେବେ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ଲାଷ୍ଟିକ ସର୍ଜରୀ ଜରିଆରେ ଏହାକୁ ସୁନ୍ଦର କରିବାକୁ ପ୍ରୟାସ କରିଥାଏ । ଏପରି ବି ବହୁ ଲୋକ ଅଛନ୍ତି ଯେଉଁମାନେ ସର୍ଜରୀ ପାଇଁ ବିଦେଶ ଯିବାକୁ ମଧ୍ୟ ପଛାନ୍ତି ନାହିଁ । କିନ୍ତୁ ଏହି ସର୍ଜରୀ ତ କୌଣସି ଏକ ଖାଦ୍ୟ ପ୍ରସ୍ତୁତ କରିବା କାମ ନୁହେଁ ଯାହା କି ଆପଣ ଇଣ୍ଟରନେଟ୍‌ରୁ ଦେଖି ନିଜେ କରିବାକୁ ଚେଷ୍ଟା କରିବେ । ଏଥିପାଇଁ ପ୍ରଶିକ୍ଷିତ ଡାକ୍ତରଙ୍କ ଆବଶ୍ୟତା ରହିଛି ।

ଏବେ ବ୍ରାଜିଲରେ ଜଣେ ବ୍ୟକ୍ତିଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି କାରଣ ସେ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହା ଲୋକଙ୍କୁ ଚକିତ କରିଛି । ବ୍ରାଜିଲର ସାଓ ପାଓଲୋରେ ରହୁଥିବା ଜଣେ ବ୍ୟକ୍ତି ୟୁଟ୍ୟୁବ ଭିଡିଓ ଦେଖି ନିଜ ନାକର ସର୍ଜରୀ କରିଛନ୍ତି । ଘଟଣାଟି ହେଉଛି ଜୁଲାଇ ୨୧ ତାରିଖର । ଯେତେବେଳେ ଏହି ବ୍ୟକ୍ତି ଜଣକ ନିଜର ଅସୁସ୍ଥତା ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଥିଲେ ସେତେବେଳେ ଡାକ୍ତର ତାଙ୍କ ନାକ ପରୀକ୍ଷା କରିବା ପରେ ଜାଣିପାରିଥିଲେ ଯେ, ତାଙ୍କ ନାକ ଘା ଶୁଖିନାହିଁ ଓ ତାହାକୁ ସଫା କରିବାର ଆବଶ୍ୟକତା ରହିଛି ।

ୟୁଟ୍ୟୁବ୍‌ ଦେଖି ନାକ ସର୍ଜରୀ

ଏହି ସମୟରେ ସେ ଡାକ୍ତରଙ୍କ ଆଗରେ ସ୍ୱୀକାର କରିଥିଲେ ଯେ, ସେ ନିଜ ମୋଟା ନାକକୁ ପତଳା କରିବା ପାଇଁ ୟୁଟ୍ୟୁବ୍‌ ଦେଖି ନିଜେ ସର୍ଜରୀ କରିଥିଲେ । ଅପରେସନ ସମୟରେ ସେ ପଶୁମାନଙ୍କୁ ଦିଆଯାଉଥିବା ନିଶ୍ଚେତକ ଓ ଶରୀରକୁ ସଂକ୍ରମଣମୁକ୍ତ ରଖିବା ଲାଗି ଆଲକୋହଲ୍‌ର ପ୍ରୟୋଗ କରିଥିଲେ । ଅପରେସନ ପରେ ସେ ଶରୀର ସହ ମିଳାଇ ଯାଉଥିବା ସୂତା ଓ ସୁପରଗ୍ଲì ପ୍ରୟୋଗ କରି କ୍ଷତ ସ୍ଥାନକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏହା ଶୁଣିବା ପରେ ଡାକ୍ତର ବି ଅବାକ୍‌ ହୋଇଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସଠିକ୍‌ ଡାକ୍ତରୀ ଚିକିତ୍ସା ଫଳରେ ବ୍ୟକ୍ତି ଜଣକ ସୁସ୍ଥ ହୋଇଯାଇଛନ୍ତି ।

Har Ghar Tiranga