ଛତିଶଗଡ଼ ରେ ଗୋଟିଏ ଓଡ଼ିଆ ପରିବାରର ୪ ସଦସ୍ୟଙ୍କୁ ନିର୍ମମ ହତ୍ୟା I ସଦସ୍ୟ ମାନଙ୍କ ମଧ୍ୟରେ ବାପା ,ମା’ଙ୍କ ସହିତ ଦୁଇ ପିଲା ମଧ୍ୟ ରହିଛନ୍ତି I ଘଟଣାଘଟିଛି ଛତିଶଗଡ଼ ରାଜ୍ୟ ଦୁର୍ଗ ଜିଲ୍ଲା କୁହ୍ମାରି ନିକଟ ଅକେଳି ଗାଁରେ I ସେଠାରେ ରହୁଥିବା ଏକ ଓଡ଼ିଆ ପରିବାରକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ ବଲାଙ୍ଗିର ଜିଲ୍ଲାର ଭୋଳାନାଥ ଯାଦବ(୩୪), ତାଙ୍କ ପତ୍ନୀ ନେନା ଯାଦବ (୩୦) ଓ ସେମାନଙ୍କ ୨ ପିଲା ମୁକ୍ତା(୭) ଓ ପ୍ରମୋଦ(୧୨)।
ସୂଚନାନୁଯାୟୀ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଦେଢଗାଁର ଭୋଳନାଥ ଯାଦବ ତାଙ୍କ ପରିବାର ସହ ଛତିଶଗଡ଼ ରେ ଗତ ୧୨ ହେବ ରହି ପୁନରାମ ଟଣ୍ଡନଙ୍କର ବଗିଚା କାମ କରୁଥିଲେ I ବୁଧବାର ଦିନ ଗାଁ ଲୋକେ ଭୋଲାନାଥଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଭୋଳାନାଥଙ୍କ ଓ ତାଙ୍କ ପତ୍ନୀଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରିଥିବା ବେଳେ ତାଙ୍କ ୨ ପିଲାଙ୍କ ମୃତଦେହ ବିଲରୁ ଉଦ୍ଧାର କରିଛି। ମୃତ ଭୋଳାନାଥଙ୍କର ଆଉ ୨ ପିଲା ନିଜ ଅଜା ଆଈଙ୍କ ସହ ରହୁଛନ୍ତି I ସମ୍ପତି ବିବାଦରୁ ସେମାନଙ୍କୁ କେହି ସମ୍ପର୍କୀୟ ହତ୍ୟା କରିଥିବା ନେଇ ଛତିଶଗଡ଼ ପୋଲିସ ସନ୍ଦେହ କରୁଛି।
Comments are closed.