ଦରମା ନ ପାଇ ଭୋକ ଉପାସରେ ଭାରତ ସଞ୍ଚାର ନିଗମର ୨୯ କର୍ମଚାରୀ ବାଣିଜ୍ୟ By Samaya Live On May 4, 2020 Share ସମୟ ଲାଇଭ,୪/୫ (ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲାର ସଦର ମହକୁମା ପାରଳଖେମୁଣ୍ଡି ଠାରେ ଥିବା ବିଏସଏନ୍ଏଲ. କାର୍ଯ୍ୟାଳୟରେ କାର୍ଯ୍ୟରତ ୨୯ ଜଣ କାଜୁଆଲ୍ କର୍ମଚାରୀ ୧୧ ମାସର ଦରମା ନପାଇ ଅତି ଦୟନୀୟ ଅବସ୍ଥାରେ କାଳତିପାତ କରୁଛନ୍ତି | ଏନେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି | ଲକ୍ ଡାଉନ୍ ଚାଲିଥିବା ବେଳେ କାଜୁଆଲ୍ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀ ସେମାନଙ୍କ ଦରମା ନ ଦେଇ ଜାଣି ଶୁଣି ସେମାନଙ୍କୁ ହଇରାଣ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି l ଏହାକୁ ନେଇ ବାରମ୍ବାର ଏସଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ସେମାନେ କହିଛନ୍ତି | ବୁଝାମଣା ପତ୍ର ଠିକାଦାର ପଠାଇ ଦେଇଛନ୍ତି ବୋଲି କହି ବିଭାଗୀୟ ଅଧିକାରୀ ଖସିଯାଉଥିବା କହି କର୍ମଚାରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି l ଏଣୁ ଭାରତ ସଞ୍ଚାର ନିଗମର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କାଜୁଆଲ୍ କର୍ମଚାରୀ ମାନଙ୍କ ବକେୟl ଦରମା ପ୍ରଦାନ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି l Share
Comments are closed.