ବୁଦ୍ଧିଷ୍ଟ କଲଚର ଆଣ୍ଡ ହେରିଟେଜର ଶିଳାନ୍ୟାସ କଲେ ମୋଦି

ନେପାଳ: ମଇ ୧୭: ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ଫର୍‌ ବୁଦ୍ଧିଷ୍ଟ କଲଚର ଆଣ୍ଡ ହେରିଟେଜର ଶିଳାନ୍ୟାସ । ଦିନିକିଆ ନେପାଳ ଗସ୍ତରେ ଯାଇ ଲୁମ୍ବିନୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର୍‌ ବୁଦ୍ଧିଷ୍ଟ କଲcର ଆଣ୍ଡ ହେରିଟେଜ୍‌ ସେଣ୍ଟରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ନେପାଳ ପ୍ରତିପକ୍ଷ ଶେର୍‌ ବାହାଦୁର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଶିଳାନ୍ୟାସ ଅବସରରେ ଆମନ୍ତ୍ରିତ ବୌଦ୍ଧ ଭିକ୍ଷୁଙ୍କୁ ଉପହାର ପ୍ରଦାନ କରିଥିଲେ । ଏହି ଅବସରରେ ନେପାଳ ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୁରଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଛନ୍ତି । ଅନ୍ୟପକ୍ଷେ, ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଗସ୍ତ ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହେବାର ଅଛି । ବିଶେଷ କରି ଜଳବିଦ୍ୟୁତ ଓ ଯୋଗାଯୋଗ କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ଅଛି । ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦିଙ୍କ ଏହା ହେଉଛି ପଞ୍ଚମ ନେପାଳ ଗସ୍ତ ।

Comments are closed.