ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ସଂସଦରେ ଆରମ୍ଭ ହେଲା ବଜେଟ ଅଧିବେଶନ

ନୂଆଦିଲ୍ଲୀ : ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦରେ ବଜେଟ୍‌-୨୦୨୫-୨୬ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ପୂର୍ବାହ୍ନରେ ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ଅଭିଭାଷଣ ଆରମ୍ଭରେ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ବିଷୟରେ ଉଲ୍ଲେଖ କରିବା ସହ ସମ୍ବିଧାନ ନିର୍ମାତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହିତ ପ୍ରୟାଗରାଜରେ ମୌନୀ ଅବବାସ୍ୟା ଅବସରରେ ଘଟିଥିବା ଅଘଟଣକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସଂସଦରେ ରାଷ୍ଟ୍ରପତି କହିଛନ୍ତି, କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ ନିଷ୍ପତ୍ତି ନିଆଯାଇଛି। ସରକାର ଗରିବ ଓ ଯୁବବର୍ଗଙ୍କ ପାଇଁ କାମ କରୁଛନ୍ତି। ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ଵ ଦିଆଯାଉଛି। ଆବାସ ସହ ଶିକ୍ଷା ଓ ରୋଜଗାର ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି । କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ୨.୨୫ କୋଟି ମାଲିକାନା (ସ୍ବାମୀତ୍ବ) କାର୍ଡ ବଣ୍ଟନ କରାଯାଇଛି।

ରେଳ କ୍ଷେତ୍ରରେ କେନ୍ଦ୍ର ସରକାର ଉଲ୍ଲେଖନୀୟ କାମ କରିଛନ୍ତି। ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ୍ ଦୌଡୁଛି । ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଦେଶ ଦ୍ରୁତଗତିରେ ଆଗକୁ ବଢୁଛି। ୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠାଯାଇଛି। ଭାରତ ବିଶ୍ଵର ତୃତୀୟ ବଡ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି ।

ସେହିପରି ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ ହୋଇଛି । ମଧ୍ୟବିତ୍ତ ଯେତେ ବଡ ସ୍ଵପ୍ନ ଦେଖିବ , ଦେଶ ସେତେ ଆଗେଇବ । ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥା ସରଳ କରାଯାଇଛି। ଆହୁରି ମଧ୍ୟ କହିଛନ୍ତି ମହିଳା ମାନଙ୍କୁ ସଶକ୍ତ କରିବା ଆମ ସରକାରର ଲକ୍ଷ୍ୟ । ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଆମ ସରକାରର ଲକ୍ଷ୍ୟ। ଡ୍ରୋନ୍ ଦିଦି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଉଛି। ଅଲିମ୍ପିକ୍ସରେ ଦେଶର ଝିଅମାନେ ପଦକ ଜିତୁଛନ୍ତି। ଆଜିର ମହିଳା ଲଢୁଆ ବିମାନ ମଧ୍ୟ ଉଡାଉଛନ୍ତି। ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ କାମ କରୁଛନ୍ତି ।

Har Ghar Tiranga