ଭୁବନେଶ୍ୱର : ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ । ଜମି ବିବାଦରୁ ବିଲଡରଙ୍କୁ ପିଟିପିଟି ହତ୍ୟା । ଏୟାର ଫିଲଡ଼ ଥାନା ଅନ୍ତର୍ଗତ ଜାମୁକୋଳି କାଜୁ ଜଙ୍ଗଲରେ ସଂଘବଦ୍ଧ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଛି I ମୃତକ ହେଲେ ଭୁବନେଶ୍ବର ୟୁନିଟ-୬ ଅଞ୍ଚଳରେ ରହୁଥିବା ବିଲଡର ସସ୍ମିତ ବିଶ୍ବାଳ । ତେବେ ଜମି ବିବାଦକୁ ନେଇ ସସ୍ମିତଙ୍କ ସହ ସ୍ଥାନୀୟ ପ୍ରଧାନ ସାହି ଅଞ୍ଚଳର କିଛି ଯୁବକଙ୍କ ବିବାଦ ରହିଥିଲା ଏବଂ ଘଟଣା ଦିନ ପୋଲିସ ଯାଇ ସମାଧାନ କରି ଫେରିବା ପରେ ଯୁବକମାନେ ତାଙ୍କୁ ରଡ ଓ ଲାଠିରେ ପିଟି ପିଟି ହତ୍ୟା କରିଥିବା ସୂଚନ ମିଳିଛି । ଘଟଣାପରେ ସସ୍ମିତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣାରେ ସାତ ଜଣ ଅଭିଯୁକ୍ତ ରହିଥିବା ବେଳେ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ଏନେଇ ଏୟାର ଫିଲଡ଼ ଥାନାରେ BNS 103(1),103(2),61(2) ରେ ମାମଲା ରୁଜୁ ହୋଇଛି ।