କାର୍ତିକମାସ କୃଷ୍ଣପକ୍ଷର ଚତୁର୍ଦଶୀ ତିଥିକୁ ନର୍କ ଚତୁର୍ଦଶୀ କୁହାଯାଏ I ଦୀପାବଳି ପର୍ବ ପାଳନ ୫ ଦିନ ଧରି ପାଳନ କରାଯାଇଥାଏ ଇ ଏହା ଧନତେରସ ରୁ ଆରମ୍ଭ ହୋଇ ଭାଇ ଦୂଜ ପରେ ଶେଷ ହୋଇଥାଏ I ଧନତେରସ ବା ଧନ୍ଵନ୍ତରୀ ତ୍ରୟୋଦଶୀ ପରଦିନ ନର୍କ ଚତୁର୍ଦଶୀ ପର୍ବ ପାଳନ କରାଯାଇଥାଏ I ଏହିଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଦ୍ଧ କରିଥିଲେ I ନର୍କ ଚତୁର୍ଦଶୀକୁ ରୂପ ଚୋୖଦସ,ବା ଛୋଟୀ ଦିୱାଲୀ ମଧ୍ୟ କୁହାଯାଇଥାଏ I କିନ୍ତୁ ଚଳିତ ବର୍ଷ ତିଥିର ପରିବର୍ତନ ହେତୁ ନର୍କ ଚତୁର୍ଦଶୀ କାଳୀପୂଜା ଦିନ ପଡୁଛି I ନର୍କ ଚତୁର୍ଦଶୀ ଦିନ ଘରର ଵୟୋ ଜ୍ୟୋଷ୍ଠ ମହିଳାମାନେ ଅଟାରେ ଚୋୖମୁଖ ଦୀପ ତିଆରି କରନ୍ତି I ଏହା ଭିତରେ ଚାରିଟି ବତୀ ଦିଆଯାଇଥାଏ Iସନ୍ଧ୍ୟାରେ ଏହାକୁ ରାଶି ତେଲରେ ଜଳାଇ ପ୍ରଥମେ ଘର କୋଣରେ ବୁଲାଇ ଆଣି ଏହାକୁ ରାତିରେ ଘରର ମୁଖ୍ୟ ଗେଟ ବାହାରେ ଦକ୍ଷିଣ ଦିଗକୁ ମୁହଁ କରି ଯମଙ୍କ ଉଦ୍ଦେଶ୍ୟରେ ରଖି ଦିଆଯାଇଥାଏ I ଏହାଦ୍ୱାରା ପରିବାର ସଦସ୍ୟଙ୍କ ଆୟୁବୃଦ୍ଧି ସହିତ ସମସ୍ତ ସଙ୍କଟରୁ ମୁକ୍ତି ମିଳିଥାଏ I
ବିଶ୍ୱାସ କରାଯାଏ ଯେ ଅଧିକାଂଶ ଲୋକ ନର୍କ ଚତୁର୍ଦଶୀ ଦିନ ୫ ଟି ଦୀପ ଜଳାଇଥାନ୍ତି । ସେଥିମଧ୍ୟରୁ ଠାକୁର ଘରେ ଗୋଟିଏ, ରୋଷେଇ ଘରେ ଗୋଟିଏ, ଜଳ ପାନୀୟ ସ୍ଥାନରେ ଗୋଟିଏ , ଅଶ୍ୱସ୍ଥ ଗଛ ମୂଳରେ ଗୋଟିଏ ଏବଂ ପଞ୍ଚମ ଦୀପଟି ମୁଖ୍ୟ ଦ୍ୱାରରେ ଜଳIଯାଇଥାଏ । କିନ୍ତୁ ଆପଣ ଚାହିଁଲେ ,୫ ପରିବର୍ତ୍ତେ,ଆପଣ ୭,୧୩ କିମ୍ବା ୧୪ ଟି ଦୀପ ଜାଳି ପାରିବେ I ଜାଣନ୍ତୁ କେଉଁ ସ୍ଥାନରେ ଏହି ଦୀପଗୁଡ଼ିକ ଜଳାଇବା :
ନର୍କ ଚତୁର୍ଦଶୀରେ ଏହି ସ୍ଥାନରେ ଦୀପ ଜଳାନ୍ତୁ :
ରାତିରେ ପ୍ରଥମ ଦୀପକୁ ସୋରିଷ ତେଲ ଦେଇ ଯମଙ୍କ ଉଦ୍ଦେଶ୍ୟରେ ଦକ୍ଷିଣ ଆଡକୁ ମୁହଁକରି ଜଳାଇବା ଉଚିତ୍ I
ଦ୍ୱିତୀୟ ଦୀପକୁ ଘିଅ ଦେଇ ଜାଳି ରାତିରେ ଏକ ମନ୍ଦିର ରେ ରଖିଦେଇ ଆସନ୍ତୁ I ଏହା କରିବା ଦ୍ୱାରା କରଜରୁ ମୁକ୍ତି ମିଳିଥାଏ I
ଶାସ୍ତ୍ର ଅନୁଯାୟୀ, ତୃତୀୟ ଦୀପକୁ ମା’ ଲକ୍ଷ୍ମୀଙ୍କ ନିକଟରେ ଜଳାଇବା ଉଚିତ I
ଚତୁର୍ଥ ଦୀପ ତୁଳସୀ ଚଉରା ନିକଟରେ ଜାଳନ୍ତୁ I
ପଞ୍ଚମ ଦୀପ ଘରର ମୁଖ୍ୟ ଦ୍ୱାର ବାହାରେ ଜାଳିବା ଶୁଭ ବୋଲି କୁହାଯାଏ I
ଷଷ୍ଠ ଦୀପକୁ ଅଶ୍ୱସ୍ଥ ଗଛ ମୂଳରେ ଜଳାଇବା ଉଚିତ୍ I ଏହା ରୋଗ, ଶୋକ ଏବଂ ଭୟରୁ ମୁକ୍ତି ଦେଇଥାଏ I
ସପ୍ତମ ଦୀପ ମନ୍ଦିରରେ ଜଳାନ୍ତୁ I
ଘରେ ଯେଉଁଠି ଅଳିଆ ଦବ ରଖୁଛନ୍ତି ସେଠାରେ ଅଷ୍ଟମ ଦୀପ ଜାଳିବା ଉଚିତ I
ବାଥରୁମ ଦୁଆର ପାଖରେ ରେ ନବମ ଦୀପ ଏବଂ ଦଶମ ଦୀପକୁ ଛାତରେ ଜଳାନ୍ତୁ I
ସେହିପରି ଏକାଦଶ ଦୀପ ଛାତର ଦୁଆର ନିଟରେ ତଥା ଦ୍ୱାଦଶ ଘରର ନାଳ ନିଟରେ ଜଳାନ୍ତୁ I
ତ୍ରୟୋଦଶ ଦୀପକୁ ରୋଷେଇ ଘରେ ରଖିବା ଉଚିତ୍ I
ଚତୁର୍ଦ୍ଦଶ ଦୀପକୁ ଘରର ସିଡ଼ିରେ ଜାଳିବା ଶୁଭ ବୋଲି ଧରାଯାଏ I
Comments are closed.