ଶୀତ ଦିନରେ ଶରୀରକୁ ମଜଭୁତ କରେ ଗାଜର

ଶୀତଦିନେ ବିଭିନ୍ନ ପ୍ରକାରର ପନିପରିବା ଓ ଫଳ ମିଳିଥାଏ । ଯେଉଁଗୁଡିକ ସ୍ୱାଦିଷ୍ଟ ଲାଗିବା ସହିତ ଶରୀର ପାଇଁ ମଧ୍ୟ ଲାଭପ୍ରଦ ହୋଇଥାଏ । ଏହି ପନିପରିବା ମଧ୍ୟରେ ଗାଜରକୁ ସମସ୍ତେ ପସନ୍ଦ କରନ୍ତି । ଗାଜର ଖାଇବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରନ୍ତି । ଗାଜରରେ ମଧ୍ୟ ଭରିରହିଥାଏ ଅନେକ ଭଲ ସାମଗ୍ରୀ ଯାହା ଏହାକୁ ପୋଷକ ତତ୍ତ୍ୱରେ ଭରପୂର କରିବା ସହିତ ସ୍ୱାଦିଷ୍ଟ କରିଥାଏ । ଆସନ୍ତୁ ପଢିବା ଗାଜର ଖାଇବାର ଉପକାର ସମ୍ବନ୍ଧରେ

ଆଖି ପାଇଁ ଲାଭ ଦାୟକ – ଗାଜରେ ଥିବା ଭିଟାମିନ୍‌ ଏ ଦୃଷ୍ଟିଶକ୍ତି ପ୍ରଖର କରିବାରେ କାମରେ ଆସିଥାଏ ।
ଶୀତ ଦିନରେ ଶରୀରକୁ ମଜଭୁତ କରେ ଗାଜର

ତେଣୁ ଯଦି ଆଖି ସମସ୍ୟା ରହିଛି ତେବେ ଗାଜର ଖାଇବା ଆରମ୍ଭ କରନ୍ତୁ । ଏହାକୁ କୌଣସି ବି ଖାଦ୍ୟରେ ମିଶାଇ କିମ୍ବା ଏଥିରୁ କୌଣସି ଖାଦ୍ୟ ପ୍ରସ୍ତୁତ କରି ଖାଇପାରିବେ ।

ଦାନ୍ତ ଓ ହାଡ ମଜବୁତ କରିଥାଏ- ଗାଜରରେ ଥିବା କ୍ୟାଲିସିୟମ ହାଡ ମଜବୁତ କରିବାରେ ସହାୟକ ହୋଇଥାଏ । ଏହା ଖାଇବା ଫଳରେ ଦାନ୍ତ ମଜବୁତ ହେବା ସହିତ ବିଭିନ୍ନ ଦାନ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାକୁ ପ୍ରାକୃତିକ ଟୁଥ୍‌ ବ୍ରଶ ବୋଲି ମଧ୍ୟ କେତେକ ସମ୍ବୋଧନ କରନ୍ତି ।

ଓଜନ ହ୍ରାସରେ ସହାୟକ – ଏଥିରେ ଭିଟାମିନ୍‌ ଭରପୂର ଥିବା ବେଳେ ଫାଇବର ମଧ୍ୟ ଢେର ପରିମାଣରେ ଥାଏ । ଏହି ଫାଇବର ବିଭିନ୍ନ ପେଟ ସମସ୍ୟାକୁ ଦୂର କରିଥାଏ । ଏହାବ୍ୟତିତ ଗାଜର ଓଜନ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିଥାଏ ।

ହୃତପିଣ୍ଡ ପାଇଁ ଲାଭଦାୟକ- ଗାଜର ଶରୀରର ଆଣ୍ଟି ଅକ୍ସିଡାଣ୍ଟ ବଢାଇବାରେ ସହାୟକ ହୋଇଥାଏ ।

ଶୀତ ଦିନରେ ଶରୀରକୁ ମଜଭୁତ କରେ ଗାଜର
ତେଣୁ ଗାଜରକୁ ନିଜର ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ, ଏହା ହୃତପିଣ୍ଡ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ ।

ତ୍ୱଚାରେ ଆଣେ ଚମକ – କେବଳ ଯେ ସ୍ୱାସ୍ଥ୍ୟ ସମସ୍ୟା ତାହା ନୁହେଁ, ଏହା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତ୍ୱଚାରେ ଚମକ ଆଣିବାରେ ଏହା ସହାୟକ ହୋଇଥାଏ । ତେଣୁ ଯଦି ନିଜ ତ୍ୱଚାରେ ଚମକ ଆଣିବାକୁ ଚାହୁଁଛନ୍ତି, ତେବେ ଗାଜର ଖାଇବା ଆରମ୍ଭ କରିଦିଅନ୍ତୁ ।

Comments are closed.