ମାଲେସିଆ: ଦୁନିଆର ଅଧିକାଂଶ ଲୋକ ପଶୁପ୍ରେମୀ ହୋଇଥାନ୍ତି । ସେମାନେ ନିଜର ପୋଷା ଜୀବ ପାଇଁ ସବୁପ୍ରକାର ସୁବିଧା ଯୋଗାଇଥାନ୍ତି । କେତେକ ଲୋକ ସେମାନଙ୍କ ପାଇଁ ମହଙ୍ଗା କପଡ଼ା ଏବଂ ସାମଗ୍ରୀ ମଧ୍ୟ କିଣିଥାନ୍ତି । ଏହି କ୍ରମରେ ଏପରି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । ଜଣେ ମହିଳା ତାଙ୍କ ପୋଷା ବିଲେଇକୁ ଜନ୍ମଦିନ ଅବସରରେ ଏପରି କିଛି ଉପହାର ପ୍ରଦାନ କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା କରାଯାଉଛି । ତେବେ ଏହି ଉପହାର କିଛି ସାଧାରଣ ନୁହେଁ ବରଂ ଏହା ଏକ ସୁନାର ଲକେଟ୍, ଯାହାକୁ ସାଧାରଣ ମଣିଷ କିଣିବା ଅସମ୍ଭବ । ତେବେ ଏହି ଉପହାର ପ୍ରଦାନ କରିଥିବା ମହିଳା ଜଣଙ୍କ ହେଉଛନ୍ତି ମାଲେସିଆର ହଲିଜା ମୟସୁରୀ, ଯିଏ ବିଜନେସ୍ କରିଥାନ୍ତି ।
ରିପୋର୍ଟ ଅନୁଯାୟୀ ହଲିଜା ନିକଟରେ ନିଜର ପୋଷା ବିଲେଇ ‘ମନୀ’ର ଚତୁର୍ଥ ଜନ୍ମଦିନ ପାଳନ କରିଛନ୍ତି । ଯେବେଠାରୁ ସେ ପେଟ୍ ସପ୍ରୁ ଏହି ବିଲେଇକୁ ଆଣିଛନ୍ତି, ତା ପଛରେ ଏପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି ।
ହେଲେ ନିକଟରେ ହଲିଜା ବିଲେଇ ମନୀ ଉପରେ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି ଯାହା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ହଲିଜା ଓ ତାଙ୍କ ସ୍ୱାମୀ ମନୀର ଜନ୍ମଦିନ ଅବସରରେ ତାକୁ ଏକ ସୁନାର ଲକେଟ୍ ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ୪ ଲକ୍ଷ ଟଙ୍କା । ଇନଷ୍ଟାଗ୍ରାମରେ ହଲିଜା ନିଜ ବିଲେଇର ଫଟୋ ସବୁବେଳେ ସେୟାର କରିଥାନ୍ତି ।
ଏହି ଫଟୋ ମଧ୍ୟରୁ ବିଲେଇର ଲକେଟ୍ ନଜର ଆସିଛି, ଯେଉଁଥିରେ ଲକେଟ୍ ଉପରେ ବିଲେଇର ନାଁ ଏବଂ ଜନ୍ମ ତାରିଖ ଲେଖା ହୋଇଛି । ହଲିଜା କହିଛନ୍ତି ଯେ ତାଙ୍କ ସ୍ୱାମୀ ବିଲେଇଙ୍କୁ ଖୁବ ପସନ୍ଦ କରିଥାନ୍ତି ଏବଂ ସେ ସେମାନଙ୍କୁ ୱାର୍କ ଟ୍ରିପ୍ ଓ ଛୁଟିରେ ବୁଲାଇବାକୁ ନେଇଥାନ୍ତି । ଏହାସହ ବିଲେଇ ପ୍ରତି ମାସରେ ପାର୍ଲର ମଧ୍ୟ ଯାଇଥାଏ ।
Comments are closed.