ଗାନ୍ଧିନଗର: ଏପ୍ରିଲ ୨୧: ଯେଉଁ ବିଦେଶୀମାନେ ଭାତର ପାରମ୍ପରିକ ଓ ଆୟୁର୍ବେଦିକ ଚିକିତ୍ସା ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏଥିପାଇଁ ଭାରତକୁ ଆସିବାକୁ ଚାହୁଁଛନ୍ତି, ସେମାନଙ୍କ ଲାଗି ଭାରତ ସରକାର ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ‘ଆୟୁଷ ଭିସା’ ମାଧ୍ୟମରେ ସୋମାନେ ଭାରତ ଆସି ପାରମ୍ପରିକ ଚିକିତ୍ସାର ସୁଯୋଗ ଉଠାଇପାରିବେ ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିସରିସସ୍ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଙ୍ଗାଉଥ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍ ଆଧାନମ୍ ଘେବ୍ରେୟେସସ୍ଙ୍କ ଉପସ୍ଥିତିରେ ଗୁଜରାଟର ଗାନ୍ଧୀନଗରଠାରେ ଏକ ଏହି ନିଷ୍ପତ୍ତି ଦେଇଛନ୍ତି ।
ଏଥିସହ ମୋଦୀ କହିଛନ୍ତି ଯେ, ଏହି ସ୍ୱତନ୍ତ୍ର ଯୋଜନା ଅନ୍ତର୍ଗତେ ଆୟୁଷ୍ କ୍ଷେତ୍ରରେ ନିବେଶ ଓ ନବୋଦ୍ଭାବନର ଅନନ୍ତ ସମ୍ଭାବନା ରହିଛି । ସମ୍ପ୍ରତି ଆୟୁଷ୍ ଔଷଧ, ସପ୍ଲିମେଣ୍ଟ (ଭିଟାମିନ୍) ଓ ପ୍ରସାଧକ ସାମଗ୍ରୀର ବ୍ୟାପକ ଚାହିଦା ବୃଦ୍ଧି ପାଇଛି । ଆୟୁଷ୍ ଔଷଧର ମାନରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଏହାସହିତ ଏକ ସ୍ୱତନ୍ତ୍ର ଆୟୁଷ୍ ହଲ୍ମାର୍କ ପ୍ରଚଳନ କରାଯିବ ଏବଂ ସର୍ବୋତ୍ତମ ମାନବିଶିଷ୍ଟ ଆୟୁଷ୍ ଔଷଧରେ ଏହି ହଲ୍ମାର୍କର୍ ରହିବ ।
ଯେଉଁ କୃଷକମାନେ ଔଷଧୀୟ ବୃକ୍ଷ ଚାଷ କରୁଛନ୍ତି ସେମାନେ ବଜାରର ସୁବିଧା ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଆୟୁଷ୍ ଇ-ମାର୍କେଟ୍ ପ୍ଲେସ୍ (ଅନ୍ଲାଇନ୍ ବଜାର)ଆଧୁନିକୀକରଣ ଓ ସମ୍ପ୍ରସାରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Comments are closed.