ଖୁବ୍‌ ଶୀଘ୍ର ରାଜ୍ୟରେ ନିଯୁକ୍ତି ହେବେ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର:ଖୁବ୍‌ ଶୀଘ୍ର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି ପାଇବେ। ଖାଲି ପଡ଼ିଥିବା ଅଧ୍ୟକ୍ଷା ପଦବୀ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସୂଚନା ଦେଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା। ଭୁବନେଶ୍ବରରେ ଜନଶୁଣାଣିରେ ଯୋଗ ଦେଇ ସୂଚନା ଦେଇ କହିଛନ୍ତି, ଖୁବଶୀଘ୍ର ରାଜ୍ୟରେ ଖାଲି ପଡ଼ିଥିବା ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତ ହେବେ। ଏ ନେଇ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ପ୍ରକ୍ରିୟା ଆରମ୍ଭ ହୋଇଛି। ତୁରନ୍ତ ପ୍ରକ୍ରିୟା ଶେଷ କରି ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି ହେବା ନେଇ ସୂଚନା ରହିଛି।

Har Ghar Tiranga