ଶୀତଦିନ ଶେଷ ହେଉ ହେଉ ବର୍ଷା ପାଗ ଆସିଗଲାଣି । ପରିବର୍ତ୍ତନ ପାଣିପାଗ ସକାଶେ ବହୁ ଲୋକଙ୍କୁ ସାଧାରଣ ଥଣ୍ଡାକାଶ ହେଉଛି । ଏହିପାଇଁ କିଛି ଲୋକ ଔଷଧ ଖାଉଥିଲା ବେଳେ ଆଉ କିଛି ଲୋକ ଘରୋଇ ଉପଚାର କରୁଛନ୍ତି । ଏହି ସବୁରୁ ମୁକ୍ତି ପାଇବାକୁ ହେଲେ ଦୈନିକ ୪ବା ୫ ପାଖୁଡ଼ା ଲେଖାଁଏ ରସୁଣ ଖାଇବା ଉଚିତ୍ ବୋଲି ଡାକ୍ତର ମତ ଦେଇଥାନ୍ତି । ଯଦି ରସୁଣ ସ୍ୱାଦ ଏବଂ ଗନ୍ଧ ଆପଣମାନଙ୍କୁ ପସନ୍ଦ ଆସୁନି, ତେବେ ଆପଣ ବ୍ୟଞ୍ଜନରେ ରସୁଣକୁ ଫ୍ରାଏ କରି ଖାଇପାରିବେ ।
ଏହିପରି କି ଆପଣ ରସୁଣକୁ ଚାଖଣାରେ ପକାଇ ଖାଇପରିବେ । ଉଦାହରଣସ୍ୱରୂପ ଚଣାରେ ପକାଇ ମଧ୍ୟ ଏହାର ବ୍ୟଞ୍ଜନ କରିପାରିବେ । ତେବେ ଆସନ୍ତୁ ଜାଣିବା ଚଣାରେ ରସୁଣକୁ ବ୍ୟବହାର କରି ଏକ ଚଟପଟା ବ୍ୟଞ୍ଜନର ପ୍ରସ୍ତୁତି ବିଷୟରେ..
ସାମଗ୍ରୀ- ଗୋଟେ କପ୍ ଭିଜା ସିଝା ଚଣା, ଅଧାକପ୍ ରସୁଣ, ଏକ ଚାମଚ ଜିରା ଗୁଣ୍ଡ, ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମଚ ଚାଟ ମସଲା ।
ପ୍ରଣାଳୀ – ପ୍ରଥମେ ଚଣାକୁ କିଛି ଘଣ୍ଟା ପାଇଁ ବତୁରାଇ ସିଝାଇ ନିଅନ୍ତୁ । ଏହାକୁ ପ୍ରାୟ ୮୦ ପ୍ରତିଶତ ସିଝାନ୍ତୁ । ଏହାପରେ ଏହାକୁ ଥଣ୍ଡା କରନ୍ତୁ । ଏହାପରେ ଚଣାକୁ ଅଳ୍ପ ପରିମାଣରେ ହାତରେ ଚିପନ୍ତୁ । ତାପରେ ଏହି ଚଣାକୁ ଛାଣି ନିଅନ୍ତୁ । ସେହିଭଳି ରସୁଣକୁ ମଧ୍ୟ ହାତରେ ଚାପି ଛାଣି ନିଅନ୍ତୁ । ଏହାପରେ ଏକ ପାତ୍ରରେ ସମସ୍ତ ଛଣା ଦ୍ରବ୍ୟ ସହ ମସଲା ଗୁଣ୍ଡ ମିଶାନ୍ତୁ ଏବଂ ପରଷନ୍ତୁ ଚଣା ଗାର୍ଲିକ ଫ୍ରାଏ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)