ଆଜିଠୁ ୧୦ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଜୁଲାଇ ୦୧: ଆଜି ଭଳି ପବିତ୍ର ଦିନ ରଥଯାତ୍ରା ଆରମ୍ଭରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ସମ୍ଭାବନା ରହିଛି । ତେବେ ଆଜି ରାଜ୍ୟର କେତେକ ଅଞ୍ଚଳରେ ହାଲୁକା ଧରଣର ବର୍ଷା ଜାରି ରହିବା ସହିତ ମେଘୁଆ ପାଗ ଦୃଶ୍ୟମାନ ରହିଛି । ସେହିପରି ପୁରୀରେ ସକାଳ ବେଳା ବର୍ଷା ହେବାର ସମ୍ଭାବନା ଅଧିକ ରିହଛି । ଜୁଲାଇ ୧୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ । ଏଣୁ ଏବର୍ଷ ରଥଯାତ୍ରାରୁ ଆରମ୍ଭ କରି ବାହୁଡ଼ା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

ସେହିପରି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣ ବର୍ଷାଳ ସହିତ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ସେହି ରାଜ୍ୟଗୁଡ଼ିକ ହେଲା- ପୁରୀ, ଖୋର୍ଦ୍ଧା , ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ । ତେବେ ୪ ତାରିଖ ଯାଏଁ ବହୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି ।

ପାଣିପାଗ ବିଭାଗର ଅନ୍ୟ ଏକ ରିପୋର୍ଟ ଅନୁସାରେ, ପଞ୍ଜାବଠାରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ଭିତରେ ଓଡ଼ିଶା ଓ ସଂଲଗ୍ନ ରାଜ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପବଳୟ ସୃଷ୍ଟି ହୋଇଛି । ଏହି ଲଘୁଚାପ ଯୋଗୁଁ ରାଜ୍ୟର ପାଗ ମେଘୁଆ ରହିବା ସହିତ ବର୍ଷାର ସମ୍ଭାବନା ରହିଛି । ସାରା ରାଜ୍ୟରେ ବର୍ଷା ଜୁଲାଇ ୧ରୁ ୩ ହାଲୁକାରୁ ସ୍ୱଳ୍ପ, ୪ରୁ ୬ ହାଲୁକାରୁ ମଧ୍ୟମ ଓ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଜୁଲାଇର ପ୍ରଥମ ୧୦ ଦିନର ସମୁଦାୟ ବର୍ଷା ରାଜ୍ୟରେ ହାରାହାରି ୧୩୫ ମିମି ହେବ ବୋଲି ସୂଚନା ରହିଛି । ଦକ୍ଷିଣ ଓଡ଼ିଶାରେ ୧୦୦ ମିମି, ଆଭ୍ୟନ୍ତରୀଣ (ପଶ୍ଚିମ ଓ ଉତ୍ତର) ଓଡ଼ିଶାରେ ୧୬୫ମିମି ହୋଇପାରେ ।

Comments are closed.