୧୦ ରୁ ୧୭ ତାରିଖ ଯାଏଁ ବର୍ଷା ଲଘୁଚାପ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ତାତିରୁ ମିଳିବ ଆଶ୍ବସ୍ତି I ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର I ଆସନ୍ତାକାଲି ସକାଳ ଯାଏ ଏହା ଉତ୍ତର ପଶ୍ଚିମ ଦିଗରେ ଆଗକୁ ଗତି କରିବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରରୁ ପରବର୍ତ୍ତୀ ୪୮ ଘଣ୍ଟା ଯାଏ ଏହା ଉତ୍ତର ଆଡ଼କୁ ଗତି କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ୧୦ ଓ ୧୭ ତାରିଖରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ଏନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ସେ କହିଛନ୍ତି ଯେ, ସୃଷ୍ଟି ହୋଇଥିବା ଲଘୁଚାପ ୯ ଓ ୧୦ ରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଲଘୁଚାପର ସିଧା ପ୍ରଭାବ ଓଡି଼ଶା ଉପରେ ପଡିବ ନାହିଁ। କିନ୍ତୁ ଏହା ଦ୍ବାରା ରାଜ୍ୟକୁ ସାମୁଦ୍ରିକ ପବନ ବହିବ। ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ କାଳବୈଶାଖି ସମ୍ଭାବନା ରହିଛି।

କିନ୍ତୁ ଏହା ଦ୍ୱାରା ରାଜ୍ୟକୁ ସାମୁଦ୍ରିକ ପବନ ବହିବ। ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ୧୦ ତାରିଖରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକା ବର୍ଷା ହେବ। ୧୩ରୁ ୧୫ ମଧ୍ୟରେ ଉତ୍ତର ଉପକୂଳ ଓ ସଂଲଗ୍ନ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜରେ ସ୍ୱଳ୍ପ ଓ କେତେକ ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ ।

ତେବେ ଆଜି ଓ ଆସନ୍ତାକାଲି ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରବର୍ତ୍ତୀ ୨୪ ଘଣ୍ଟା ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଜି କିଛି କିଛି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ୯ତାରିଖରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.