ଅଗଷ୍ଟମାସରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଫେବୃଆରୀ ୦୩: ଚଳିତ ବର୍ଷ ଅଗଷ୍ଟ ମାସରେ ଚନ୍ଦ୍ରଯାନ-୩ ଲଞ୍ଚ କରାଯିବ ବୋଲି ଆଇଏସ୍‌ଆର୍‌ଓ(ଇସ୍ରୋ)ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ସୂଚାନ ଦେଇଛନ୍ତି । ଚନ୍ଦ୍ର ଅଭିଯାନରେ ହେଉଥିବା ବିଳମ୍ବ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ସେ ଲୋକସଭାରେ ଏହିପରି ଏକ ଲିଖିତ ଉତ୍ତରପତ୍ର ଦେଇଛନ୍ତି ।

ଲିଖିତ ଉତ୍ତରରେ ସେ ସୂଚନା ଦେଇଛନ୍ତି ଯେ, ଚନ୍ଦ୍ରଯାନ-୨ରୁ ମିଳିଥିବା ଶିକ୍ଷା ଏବଂ ବୈଶ୍ୱିକ ବିଶେଷଜ୍ଞମାନଙ୍କ ପ୍ରସ୍ତାବକୁ ଆଧାର କରି ଚନ୍ଦ୍ରଯାନ-୩ ପାଇଁ କାର୍ଯ୍ୟ ଚାଲିଛି । ଏଥିପାଇଁ ଆବଶ୍ୟକ ପରୀକ୍ଷା ମଧ୍ୟ ଶେଷ ହୋଇଛି ।
ଅଗଷ୍ଟମାସରେ ଲଞ୍ଚ ହେବ ଚନ୍ଦ୍ରଯାନ-୩
ଚନ୍ଦ୍ରାଭିଯାନରେ କ୍ରମାଗତ ବିଳମ୍ବ ହେବାର କାରଣ ପ୍ରଶ୍ନ କରାଯିବାରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକଫର୍‌ ଜିତେନ୍ଦ୍ର ସିଂହ କହିଲେ ଯେ, କୋଭିଡ୍‌-୧୯ ଯୋଗୁଁ ଚାଲିଥିବା କିଛି ଅଭିଯାନ ପ୍ରଭାବିତ ହୋଇଛି । ବିଳମ୍ବ ହେଲେ ମଧ୍ୟ ଅଭିଯାନ ଉପରେ ଜୋର୍‌ଦାର କାର୍ଯ୍ୟ ଚାଲିଛି । ୨୦୨୨ରେ ସମୁଦାୟ ୧୯ଟି ଲଞ୍ଚ କରିବାକୁ ଯୋଜନା ରହିଛି । ତେବେ ଚଳିତ ବର୍ଷ ଇସ୍ରୋ ୮ଟି ଲଞ୍ଚ୍‌ ଭେଇକ୍ଲ୍‌ ମିଶନ , ୭ଟି ମହାକାଶଯାନ ମିଶନ୍‌ ଏବଂ ୪ଟ ଟେକ୍ନୋଲୋଜି ଡେମୋନେ୍‌ଷଫଟର୍‌ ମିଶନ୍‌ ଲଞ୍ଚ କରିବାର ଟାର୍ଗେଟ୍‌ ରଖିଛି ।

Har Ghar Tiranga