ସଂସଦରେ ବିଜେପି ସାଂସଦଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସନ୍ତୋଷ: କହିଲେ ନିଜ ଭିତରେ ପରିବର୍ତ୍ତନ ଆଣ;ୁ ନଚେତ ଆମେ ତୁମକୁ ପରିବର୍ତ୍ତନ କରିବୁ

ଦିଲ୍ଲୀ: ଡିସେମ୍ବର ୦୭: ଆଜି ବିଜେପି ସଂସଦୀୟ ଶୀତକାଳୀନ ଅଧିବେଶନର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁପସ୍ଥିତ ସାଂସଦମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହିତ ସେ ଦଳୀୟ ବୈଠକରେ ଯୋଗ ଦେଇନଥିବା ନିଜ ଦଳର ସାଂସଦମାନଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି । ଅନୁପସ୍ଥିତ ସାଂସଦମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଛୋଟ ପିଲାଙ୍କ ଭଳି ଆପଣମାନଙ୍କୁ ବାରମ୍ବାର ଗୋଟିଏ କଥା କୁହାଯାଇପାରିବ ନାହିଁ । ଯଦି ଆପଣମାନେ ନିଜର ଅଭ୍ୟାସ ବଦଳାଇ ପାରୁ ନାହାଁନ୍ତି ତେବେ ଆମେ ତୁମକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବୁ ।
ଲୋକମାନେ ତାଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ କରିଛନ୍ତି ଏବଂ ସଂସଦକୁ ପଠାଇଛନ୍ତି । ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପାର୍ଟିର ସମସ୍ତ ସାଂସଦମାନଙ୍କୁ ସଂସଦରେ ଉପସ୍ଥିତ ରହି ସଂସଦ କାର୍ଯ୍ୟରେ ସକ୍ରିୟ ଭାଗିଦାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସଂସଦୀୟ ବୈଠକ ପରେ ପ୍ରହ୍ଲାଦ ଯୋଶୀ କହିଛନ୍ତି କି, ଆଗାମୀ ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଦଳର ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ମୋଦୀ ସଂସଦ କ୍ରୀଡା ପ୍ରତିଯୋଗିତା, ଶିଶୁ ପ୍ରତିଯୋଗିତି ଏବଂ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା କରିବାକୁ ଆହ୍ୱାନ ଦେଇଛନ୍ତି । ଯେଉଁମାନେ ପଦ୍ମ ପୁରସ୍କାର ପାଇଛନ୍ତି ସେମାନଙ୍କୁ ନେଇ ଏକ ଲାଇଭ୍‌ ପୋଗ୍ରାମ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।

ଏହାଛଡ଼ା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଅନ୍ୟ ଆଦିବାସୀ ସାଂସଦମାନେ ପ୍ରଭୁ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀକୁ ଆଦିବାସୀ ଗର୍ବ ଦିବସ ଭାବେ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.